Masthead

ସୁଦର୍ଶନଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ବୀରମହାରାଜପୁର, (ବଡ଼ ଖବର ବ୍ୟୁରୋ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ଗାଁର ତ୍ରିଲୋଚନ ତାଣ୍ଡିଆଙ୍କ ୧୮ ବର୍ଷର ପୁଅ ସୁଦର୍ଶନ । ଖେଳିବା ବୁଲିବା ବୟସରେ ସେ ଶଯ୍ୟାଶାୟୀ । ଏପିଲେକ୍ସଇ ରୋଗରେ ଆକ୍ରାନ୍ତ ହୋଇଛନ୍ତି ସେ । ବୟସ ବଢ଼ିଚାଲିଥିଲେ ସୁଦ୍ଧା ସେ ଛୋଟ ଛୁଆ ଭଳି ଦିଶୁଛନ୍ତି । ଚଲା, ବୁଲା ଓ କଥା କହିବାକୁ ମଧ୍ୟ ଅକ୍ଷମ ସୁଦର୍ଶନ । ତ୍ରିଲୋଚନ ଗରିବ ଶ୍ରେଣୀର ହୋଇଥିବାରୁ ପୁଅର ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ଅପେକ୍ଷାରେ ତ୍ରିଲୋଚନ ।

ତ୍ରିଲୋଚନଙ୍କ ପରିବାର କହିଲେ ସ୍ତ୍ରୀ, ଝିଅ ଓ ପୁଅ ସୁଦର୍ଶନ । ତ୍ରିଲୋଚନ ଯାହା ରୋଜଗାର କରନ୍ତି ସେତିକିରେ ୪ପ୍ରାଣୀ କୁଟୁମ୍ବ ଚଳୁଛି । ଧାର ଉଦ୍ଧାର ଓ ଜମିବାଡ଼ି ବିକି ପୁଅକୁ ଡାକ୍ତର ଦେଖାଇଛନ୍ତି ସୁଦର୍ଶନ । ବଲାଙ୍ଗୀର, ବୁର୍ଲା, କଟକ ଓ ଭୁବନେଶ୍ୱରର ବିଭିନ୍ନ ଘରୋଇ ହସ୍ପିଟାଲରେ ପୁଅକୁ ଚିକିତ୍ସା କରାଇଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ । ସେପଟେ ପୁଅର ମାସିକ ମେଡିସିନ ଖର୍ଚ୍ଚ ୨ହଜାର ଟଙ୍କା ହେଉଛି । ପରିବାର ଚଳାଇବା ସହ ସୁଦର୍ଶନଙ୍କ ମେଡିସିନ କିଣିବା ତ୍ରିଲୋଚନଙ୍କ ଲାଗି କାଠିକରପାଠ ହୋଇଯାଉଛି । ଯଦି ସୁଦର୍ଶନଙ୍କୁ ସରକାରୀ ସାହାଯ୍ୟ ମିଳନ୍ତା ସେ ସୁସ୍ଥ ହୋଇଯାଆନ୍ତେ ବୋଲି ତ୍ରିଲୋଚନ ‘ବଡ଼ ଖବର’ ମାଧ୍ୟମରେ ନିବେଦନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ