Masthead

ଦେଶରେ ୧୫% ସାଂସଦ, ୯% ବିଧାୟକ ମହିଳା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେଲା । ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ରହିବା ନିଶ୍ଚିତ ହୋଇଛି । ସଂସଦ ଓ ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ଲାଗି ରାଜନୈତିକ ଦଳ ଦାବି କରୁଛନ୍ତି । ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା । କାରଣ ପୂର୍ବ ନିର୍ବାଚନ ମାନଙ୍କରେ ମହିଳା ମାନଙ୍କୁ ପ୍ରାର୍ଥୀ କରିବା ପାଇଁ ଗୁରୁତ୍ୱ ଦିଆଯାଇନାହିଁ । ଦେଶରେ ୧୫% ସାଂସଦ, ୯% ବିଧାୟକ ମହିଳା ରହିଛନ୍ତି । ଯଦି ବିଗତ ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ଉପରେ ଗୁରୁତ୍ୱ ଦିଆଯାଇଥାନ୍ତା ତାହେଲେ ମହିଳା ସାଂସଦ ଏବଂ ବିଧାୟକଙ୍କ ସଂଖ୍ୟା ଅଧରକ ରହିଥାନ୍ତା । ଏବେ ଦେଶରେ ପ୍ରତି ୧୦ଜଣ ପୁରୁଷରେ ଜଣେ ମହିଳା ସାଂସଦ ଓ ବିଧାୟକ ରହିଛନ୍ତି ।

ଏଡିଆର ରିପୋର୍ଟ ଅନୁସାରେ ୨୦୧୯ ଲୋକସଭା ନିର୍ବାଚନରେ ୭୨୪ ଜଣ ମହିଳା ପ୍ରାର୍ଥୀ ହୋଇଥିଲେ । ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସରେ ୨୩ ଜଣଙ୍କ ମହିଳା ପ୍ରାର୍ଥୀ ରହିଥିଲେ । ସେହିପରି ବିଜେଡିରେ ୭ ଜଣ ଥିଲେ ମହିଳା ପ୍ରାର୍ଥୀ । ଓଡ଼ିଶା ବିଧାନସଭାରେ ମହିଳା ବିଧାୟକଙ୍କ ସଂଖ୍ୟା ୧୪% । ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡରେ ମହିଳା ସାଂସଦଙ୍କ ସଂଖ୍ୟା ୩୩%ରୁ ଅଧିକ ରହିଛି । ମାତ୍ର ସଂସଦରେ ସର୍ବାଧିକ ସାଂସଦ ଥିବା ବିଜେପିର ମହିଳା ପ୍ରତିନିଧି ସଂଖ୍ୟା ୧୪% । ବିଜେପିର ମୋଟ ସାଂସଦଙ୍କ ସଂଖ୍ୟା ୩୮୯ ହୋଇଥିବା ବେଳେ ଏଥିରୁ ୫୫ଜଣ ମହିଳା । ବିଜେପିର ପ୍ରତି ଜଣେ ମହିଳାରେ ୬ ଜଣ ପୁରୁଷ ସାଂସଦ । ଲୋକସଭା ଓ ରାଜ୍ୟସଭାରେ ୭୬୭ଜଣ ସାଂସଦ ଥିବାବେଳେ ଏଥିରୁ ୧୧୧ଜଣ ହେଉଛନ୍ତି ମହିଳା । ଯାହା ମୋଟ ସଂଖ୍ୟାର ୧୫% ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ