Masthead

ଡାକ୍ତର କଲେନି ମୃତ ଘୋଷଣା, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପରିବାରଲୋକେ

ସୋନପୁର (ବଡ଼ ଖବର ବ୍ୟୁରୋ):  ଡାକ୍ତର କଲେନି ମୃତ ଘୋଷଣା । ମୃତ ଶିଶୁକୁ ଧରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପରିବାରଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କପାସିରା ଗାଁରେ । ସମ୍ରାଟ ପ୍ରଧାନ ତାଙ୍କର ଏକ ମାସର ଶିଶୁର ଦେହ ଖରାପ ହେବାରୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଶିଶୁର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତର ବୁର୍ଲ୍ଲା ଡାକ୍ତରଖାନାକୁ ରେଫର କରିଥିଲେ । ସଙ୍ଗେ ସଙ୍ଗେ ସମ୍ରାଟ ନିଜ ଶିଶୁକୁ ୧୦୮ ଯୋଗେ ବୁର୍ଲା ଡାକ୍ତରଖାନାକୁ ନେଉଥିଲେ । ବାଟରେ ଉଲୁଣ୍ଡା ନିକଟରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା ।

ଶିଶୁଟିକୁ ବାପାମାଆ ଉଲୁଣ୍ଡା ଚିକିତ୍ସାଳୟକୁ ନେଇ ଡାକ୍ତରଙ୍କୁ ଦେଖାଇ ମୃତ୍ୟୁ ଘୋଷଣା କରିବା ପାଇଁ କହିଥିଲେ । ହେଲେ ସେଠାରେ ଡାକ୍ତରମାନେ ମୃତ୍ୟୁ ଘୋଷଣା କରିବା ପାଇଁ ମନା କରିଦେଇଥିଲେ । ସେଠାରୁ ପୁଣି ସମ୍ରାଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ସେଠାରେ ମଧ୍ୟ ଡାକ୍ତାରମାନେ ମୃତ ଘୋଷଣା କରିବା ପାଇଁ ମନା କରିଦେଇଥିଲେ । ଶେଷରେ ବାଧ୍ୟ ହୋଇ ମୃତ ଶିଶୁକୁ ଧରି ସମ୍ରାଟ ଓ ତାଙ୍କ ପତ୍ନୀ କୁନି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କୁ ଗୁହାରୀ କରିଥିଲେ । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଡାକ୍ତରମାନେ ଶିଶୁଟିକୁ ମୃତ ଘଷୋଣା କରିଥିବା ପରିବାରଲୋକେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା