Masthead

ଜଳେଶ୍ୱରରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସଙ୍କ ଶକ୍ତି ପ୍ରଦର୍ଶନ

ବସ୍ତା (ବଡ଼ ଖବର ବ୍ୟୁରୋ):  ଏଥର ଜଳେଶ୍ୱରରେ ହେବ ସ୍ୱାଭିମାନର ଲଢେଇ । ବିଶାଳ ବାଇକ ରାଲି ଓ ପରିର୍ବନ ସଭା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରି ବିରୋଧୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସ । ବାଲେଶ୍ୱର ସଂସଦୀୟ କ୍ଷେତ୍ରର ଜଳେଶ୍ୱର ନିର୍ବାଚନ ମଣ୍ଡଳିର ପାଉଁଶକୁଲି ଠାରେ କଂଗ୍ରେସର ବିଶାଳ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ୫ ହଜାରରୁ ଅଧିକ କର୍ମୀ ଯୋଗ ଦେଇଥିଲେ । ଜଳେଶ୍ୱରର ବିକାଶ ପାଇଁ ସୁଦର୍ଶନ ଏକମାତ୍ର ବିକଳ୍ପ ବୋଲି ମଞ୍ଚାସୀନ ଅତିଥି ମାନେ ମତ ଦୋଇଥିଲେ । ଜଳେଶ୍ୱରରେ କଂଗ୍ରେସ ଜିତିଲେ ଏଆଇସିସି ଘୋଷଣା କରିଥିବା ଇସ୍ତାହାର ଗୋଟି ଗୋଟି କରି ପୂରଣ କରିବେ ବୋଲି ଦୃଢତାର ସହିତ କହିଛନ୍ତି ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସ ।

ବାଲେଶ୍ୱରର ବିକାଶ କେବଳ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ସାଂସଦ ଥିବା ଶ୍ରୀକାନ୍ତ ଜେନାଙ୍କ ସମୟରେ ହୋଇଛି ବୋଲି ବାଲେଶ୍ୱର ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା କହିଛନ୍ତି । ଏହି ସମାବେଶରେ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଏବଂ ଜଳେଶ୍ୱର ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସଙ୍କ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ । ଏହି କାର୍ୟ୍ୟକ୍ରମ ଅବସରରେ ୬୦ ନଂ ଜାତୀୟ ରାଜପଥ ଭେଲୋରା ଠାରୁ ଏକ ବିଶାଳ ବାଇକ ରାଲି ବାହାରି ପାଉଁଶକୁଲି ହାଟ ପଡିଆରେ ଆୟୋଜିତ ପରିବର୍ତ୍ତନ ସମାବେଶରେ ପହିଞ୍ଚିଥିଲ । ଏଥର ଦେଶରେ ଏବଂ ରାଜ୍ୟରେ ପରିବର୍ତ୍ତନ ପାଇଁ ଉଭୟ ସାଂସଦ ଏବଂ ବିଧାୟକଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଜିତାଇବା ପାଇଁ ଉପସ୍ଥିତ ଜନତାଙ୍କୁ ଆହ୍ୱାନ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି