Masthead

ଚୋରାବାଲି ବ୍ୟବସାୟକୁ କେନ୍ଦ୍ର କରି ବିଜେଡି ନେତାଙ୍କୁ ହତ୍ୟା

ଗଞ୍ଜାମ(ବଡ଼ ଖବର ବ୍ୟୁରୋ):  ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ବରୀଗୁଡା ଗ୍ରାମର ବିଜେଡ଼ି ନେତା ଅନିଲ ମହାନ୍ତି ଓରଫ (କୋକ)ଙ୍କୁ ନିର୍ମମ ଭାବେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରଯାଇଛି। ମୃତ ଅନିଲ ମହାନ୍ତି ସୋରଡ଼ା ବିଧାୟକଙ୍କ ଦୃଢ଼ ସମର୍ଥକ ବୋଲି ଚର୍ଚ୍ଚା ହେଉଛି। ଏହି ହତ୍ୟାକାଣ୍ଡ ବାଲି ବ୍ୟବସାୟ ଓ ପୂର୍ଵ ଶତ୍ରୁତାକୁ ନେଇ ହୋଇଥିବା ଚାର୍ଚ୍ଚା ହେଉଛି। ଅନିଲ ମହାନ୍ତି ନାମରେ ପୂର୍ବରୁ ଏକ ମାମଲା ଧରାକୋଟ ଥାନାରେ ରହିଛି।

ଗତ କାଲି ଆସିକା ବରଗାଁ ର ଗ୍ୟାଙ୍ଗ ଷ୍ଟାର ସୁନିଲ ନାହାକକୁ କୋଦଳା ଥାନା ଦାନପୁର ଗାଁ ରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ। ସୁନିଲ ହତ୍ୟାର ଚବିଶି ଘଣ୍ଟା ନପୁରୁଣୁ ପୁଣି ଧରାକୋଟ ଥାନା ଇଲାକାର ବରୀଗୁଡାରେ ଅନିଲ ମହାନ୍ତିକୁ ସମାନ ଢାଞ୍ଚାରେ ହତ୍ୟା କରାଯାଇଛି। ଏବେ ଗଞ୍ଜାମ ଅଶାନ୍ତ ଗୋଟେ ପରେ ଗୋଟେ ମୁଣ୍ଡ ଗଡୁଛି। ରୀତିମତ ମଦ ଓ ବାଲି ବ୍ୟବସାୟରେ ନେତା ଠାରୁ ଆରମ୍ଭ କରି ଅପରାଧିମାନେ ସମ୍ପୃକ୍ତ ଅଛନ୍ତି ବୋଲି ଖବର ପ୍ରକାଶ ପାଉଛି ।

ଏହି ଦୁଇ ବ୍ୟବସାୟରେ ପ୍ରଚୁର ଲାଭ ଥିବା ଯୋଗୁଁ ନେତା ଓ ମାଫିଆ ମାନେ ସକ୍ରିୟ ହୋଇ ବାହୁ ବଳରେ ମୁଠା ମୁଠା ଟଙ୍କା ଆଦାୟ କରି ଜଣେ ଜଣେ କୁବେର ହେବା ଫଳରେ ଶତ୍ରୁତା ବଢ଼ି ମୁଣ୍ଡ ଗଡୁଥିବା ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାରେ ଏବେ ଆଇନଶୃଙ୍ଖଳା ନିୟନ୍ତ୍ରଣ ବହାରକୁ ଚାଲି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଚୋରା ବାଲି ଓ ଚୋରା ମଦ ବ୍ୟବସାୟରେ ଲଗାମ ନ ଲାଗିଲେ ଗଞ୍ଜାମ ଜିଲ୍ଲା ଅଵସ୍ଥା ଆଗକୁ ପୁଣି ବିଗିଡ଼ିବାର ଯିବାର ସମ୍ଭାବନା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା