Masthead

‘ସରକାରୀ ଟଙ୍କାରେ ଶ୍ରଦ୍ଧା ଭାଟିକାନସିଟି ଯାଇଥିଲେ କି’? ବସନ୍ତ ପଣ୍ଡା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କିଏ ସେ ଶ୍ରଦ୍ଧା? ନବୀନ ନିବାସରେ ଯାହାର ରହିଛି ଅବାଧ ପ୍ରବେଶ । ଯିଏ ମୁଖ୍ୟମନ୍ତ୍ରୀଙ୍କ ସହ ଯାଇଥିଲେ ଭାଟିକାନ ସିଟି । ଏଭଳି ସଂଗୀନ ଆରୋପ ସହ ପ୍ରେସମିଟ କରିଛି ବିଜେପି । ପ୍ରଶ୍ନ ପରେ ପ୍ରଶ୍ନ ପଚାରିଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । ବସନ୍ତ ପଚାରିଛନ୍ତି ଶ୍ରଦ୍ଧା ପ୍ରତି ସରକାରୀ କଳର ଏତେ ଶ୍ରଦ୍ଧା କାହିଁକି ? ସେ ସରକାରୀ ଖର୍ଚ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ଭାଟିକାନ ଯାଇଥିଲେ ନା ନାହିଁ? ଏ ପ୍ରଶ୍ନ ପଚାରିବା ସହ ପୋପଙ୍କୁ ସାକ୍ଷାତ ସମୟର ଫଟୋ ବି ପ୍ରଦର୍ଶିତ କରିଛି ବିଜେପି ।

ଶ୍ରଦ୍ଧା ପ୍ରସଙ୍ଗକୁ ନେଇ ଉଠୁଛିପଡୁଛି ରାଜ୍ୟ । ପ୍ରଥମେ ବିଧାନସଭାରେ ତମ୍ବିତୋଫାନ ପରେ ଏବେ ଗୃହ ବାହାରେ ଏହି ଘଟଣାକୁ ଧରି ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେପି । ଗୋଟିଏ ଦିନରେ ଏ ସଂପର୍କରେ ଦୁଇଟି ପ୍ରେସମିଟ କରିଛି ଦଳ । ବିଜେପି ମୁଖପାତ୍ର ମନୋଜ ମହାପାତ୍ର ମଧ୍ୟ ଶ୍ରଦ୍ଧା କଥା ଉଠାଇ ସରକାରଙ୍କୁ ପଚାରିଛନ୍ତି ପ୍ରଶ୍ନ । ଏ ସଂକ୍ରାନ୍ତରେ ପୂର୍ବରୁ ଯେବେ ବିଜେଡିକୁ ପ୍ରଶ୍ନ ହୋଇଛି ଦଳ ଏହାକୁ ଏକ ଇସୁ୍ୟଲେସ୍ ଇସୁ୍ୟ କହି ଅଧିକ କିଛି କହିବାକୁ ଚାହିଁନି ।

ସେପଟେ କଂଗ୍ରେସ ବି ବିଜେପ ିସହ ସ୍ୱର ମିଳାଇ ସରକାର ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେବା ଦରକାର ବୋଲି ଦାବି କରିଥିଲା । ଶ୍ରଦ୍ଧା ନାମ୍ନୀ ମହିଳା ପାଇଁ ସରକାରୀ ତହବିଲରୁ ଅର୍ଥ ଖର୍ଚ୍ଚ ହୋଇଛି କି ନାହା ତାହାର ଉତର ମାଗିଥିଲା ଦଳ । ବାସ୍ତବରେ ଏ ଶ୍ରଦ୍ଧା କିଏ, ତାହାର ଉତର ସରକାରଙ୍କ ପକ୍ଷରୁ କେହି ରଖୁନାହାନ୍ତି । ବିଜେପି ଅଭିଯୋଗ ସତ କି ମିଛ ତାହା ବି କେହି କହୁନାହାନ୍ତି । ଏପିରିକି ଯେଉଁ ଫଟୋ ବିଜେପି ଦେଖାଉଛି, ତାହାର ଉତର ବି କାହା ପାଖରେ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼