Masthead

ଘର ଭାରତରେ: ମନ ପାକିସ୍ତାନରେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଘର ଭାରତରେ । ମନ ପାକିସ୍ତାନରେ । ଖଲିସ୍ତାନ ସପକ୍ଷରେ କାର୍ଯ୍ୟ କରି ଅଡ଼ୁଆରେ ଛନ୍ଦି ହୋଇଛି ପଞ୍ଜବାର ଅମୃତପାଲ । ଦୀର୍ଘଦିନ ଧରି ପୋଲିସ ଆଖିରୁ ନିଦ ହଜାଇଥିବା ଏହି ଖଲିସ୍ତାନି ସମର୍ଥକ ଏବେ ଆଇନର ପଞ୍ଝାରେ । ୩୬ ଦିନ ଧରି ଚାଲିଥିବା ଅଭିଯାନର ଅନ୍ତ ଘଟିଛି । ଖାଲିସ୍ତାନର ସମର୍ଥକ ତଥା ‘ୱାରିସ ପଞ୍ଜାବ ଡେ’ର ମୁଖ୍ୟ ଅମୃତପାଲ ସିଂଙ୍କୁ ପୋଲିସ ଗିରଫ କରିଥିବା ଦାବି କରିଛି । ସ୍ତ୍ରୀ କିରଣଦୀପ କୌରଙ୍କୁ ଅମୃତସର ବିମାନବନ୍ଦରରୁ ପୋଲିସ ଗିରଫ କରିବା ପରେ ଅମୃତପାଲର ବୁଦ୍ଧି ଅକଲଗୁଡ଼ୁମ ହୋଇଯାଇଥିଲା । ବାଧ୍ୟ ହୋଇ ସେ ଆତ୍ମସମର୍ପଣ କରିଥିବା କୁହାଯାଉଛି । କିନ୍ତୁ ପୋଲିସ କହୁଛି ମୋଗା ଠାରେ ଥିବା ରୋଡେବାଲ ଗୁରୁଦ୍ୱାର ବାହାରୁ ଅମୃତପାଲ ସିଂକୁ ଗିରଫ କରିଛି । ଅମୃତପାଲ ମାର୍ଚ୍ଚ ୧୮ରୁ ଫେରାର ଥିଲା। ଗିରଫ ହେବା ପୂର୍ବରୁ ଅମୃତପାଲ ଗୁରୁଦ୍ୱାର ଆସିଥିଲା । ପଞ୍ଜାବ ପୋଲିସ ଆଇଜି ସୁଖଚେନ ସିଂ ଗିଲ କହିଛନ୍ତି ଏନଏସଏ ଅଧିକରୀଙ୍କ ସହଯୋଗରେ ଅମୃତପାଲକୁ ଗିରଫ କରାଯାଇଛି ।  ସେପଟେ ପୁଅ ଆତ୍ମସମର୍ପଣ କରବା ଖବର ଜାଣିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅମୃତପାଲଙ୍କ ମାଆ ବଲବିନ୍ଦର କୌର । କହିଛନ୍ତି, ଆମେ ଜାଣିଲୁ ଯେ ସେ ଆତ୍ମସମର୍ପଣ କରିଛନ୍ତି । ମୁଁ ମୋ ପୁଅ ଉପରେ ଗର୍ବ କରୁଛି । କାରଣ ମୋ ପୁଅ ହେଉଛି ଏକ ସିଂହ । ଆଉ ସେ ଜଣେ ଯୋଦ୍ଧା ଭାବେ ସରେଣ୍ଡର କରିଛନ୍ତି । ଆମେ ଏଥର ଆଇନର ଲଢେଇ ଲଢିବୁ । ଅମୃତପାଲଙ୍କୁ ଖୁବଶୀଘ୍ର ଦେଖା କରିବୁ ବୋଲି ବଲବିନ୍ଦର କୌର କହିଛନ୍ତି।  ପୋଲିସ ଓ ଅମୃତପାଲ ମଧ୍ୟରେ ଦୀଘଦିନ ଧରି ଚାଲିଥିବା ଲୁଚକାଳି ଖେଲର ପରିସମାପ୍ତି ଘଟିଛି । ସେ ଗିରଫ ହୋଇଥାଉ ବା ଆତ୍ମସମର୍ପଣ କରୁ ଆଇନର ଜାଲ ଭିତରକୁ ପଶି ଆସିଛି ଏହି ଦେଶଦ୍ରୋଦୀ । ଏବେ ଆଇନ ତା ବାଟରେ ଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ