ଘର ଭାରତରେ: ମନ ପାକିସ୍ତାନରେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଘର ଭାରତରେ । ମନ ପାକିସ୍ତାନରେ । ଖଲିସ୍ତାନ ସପକ୍ଷରେ କାର୍ଯ୍ୟ କରି ଅଡ଼ୁଆରେ ଛନ୍ଦି ହୋଇଛି ପଞ୍ଜବାର ଅମୃତପାଲ । ଦୀର୍ଘଦିନ ଧରି ପୋଲିସ ଆଖିରୁ ନିଦ ହଜାଇଥିବା ଏହି ଖଲିସ୍ତାନି ସମର୍ଥକ ଏବେ ଆଇନର ପଞ୍ଝାରେ । ୩୬ ଦିନ ଧରି ଚାଲିଥିବା ଅଭିଯାନର ଅନ୍ତ ଘଟିଛି । ଖାଲିସ୍ତାନର ସମର୍ଥକ ତଥା ‘ୱାରିସ ପଞ୍ଜାବ ଡେ’ର ମୁଖ୍ୟ ଅମୃତପାଲ ସିଂଙ୍କୁ ପୋଲିସ ଗିରଫ କରିଥିବା ଦାବି କରିଛି । ସ୍ତ୍ରୀ କିରଣଦୀପ କୌରଙ୍କୁ ଅମୃତସର ବିମାନବନ୍ଦରରୁ ପୋଲିସ ଗିରଫ କରିବା ପରେ ଅମୃତପାଲର ବୁଦ୍ଧି ଅକଲଗୁଡ଼ୁମ ହୋଇଯାଇଥିଲା । ବାଧ୍ୟ ହୋଇ ସେ ଆତ୍ମସମର୍ପଣ କରିଥିବା କୁହାଯାଉଛି । କିନ୍ତୁ ପୋଲିସ କହୁଛି ମୋଗା ଠାରେ ଥିବା ରୋଡେବାଲ ଗୁରୁଦ୍ୱାର ବାହାରୁ ଅମୃତପାଲ ସିଂକୁ ଗିରଫ କରିଛି । ଅମୃତପାଲ ମାର୍ଚ୍ଚ ୧୮ରୁ ଫେରାର ଥିଲା। ଗିରଫ ହେବା ପୂର୍ବରୁ ଅମୃତପାଲ ଗୁରୁଦ୍ୱାର ଆସିଥିଲା । ପଞ୍ଜାବ ପୋଲିସ ଆଇଜି ସୁଖଚେନ ସିଂ ଗିଲ କହିଛନ୍ତି ଏନଏସଏ ଅଧିକରୀଙ୍କ ସହଯୋଗରେ ଅମୃତପାଲକୁ ଗିରଫ କରାଯାଇଛି ।  ସେପଟେ ପୁଅ ଆତ୍ମସମର୍ପଣ କରବା ଖବର ଜାଣିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅମୃତପାଲଙ୍କ ମାଆ ବଲବିନ୍ଦର କୌର । କହିଛନ୍ତି, ଆମେ ଜାଣିଲୁ ଯେ ସେ ଆତ୍ମସମର୍ପଣ କରିଛନ୍ତି । ମୁଁ ମୋ ପୁଅ ଉପରେ ଗର୍ବ କରୁଛି । କାରଣ ମୋ ପୁଅ ହେଉଛି ଏକ ସିଂହ । ଆଉ ସେ ଜଣେ ଯୋଦ୍ଧା ଭାବେ ସରେଣ୍ଡର କରିଛନ୍ତି । ଆମେ ଏଥର ଆଇନର ଲଢେଇ ଲଢିବୁ । ଅମୃତପାଲଙ୍କୁ ଖୁବଶୀଘ୍ର ଦେଖା କରିବୁ ବୋଲି ବଲବିନ୍ଦର କୌର କହିଛନ୍ତି।  ପୋଲିସ ଓ ଅମୃତପାଲ ମଧ୍ୟରେ ଦୀଘଦିନ ଧରି ଚାଲିଥିବା ଲୁଚକାଳି ଖେଲର ପରିସମାପ୍ତି ଘଟିଛି । ସେ ଗିରଫ ହୋଇଥାଉ ବା ଆତ୍ମସମର୍ପଣ କରୁ ଆଇନର ଜାଲ ଭିତରକୁ ପଶି ଆସିଛି ଏହି ଦେଶଦ୍ରୋଦୀ । ଏବେ ଆଇନ ତା ବାଟରେ ଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!