Masthead

ଓଡିଶାରେ ବିଜେପିର ମଧ୍ୟପ୍ରଦେଶ ଫର୍ମୁଲା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଗକୁ ନିର୍ବାଚନ । ଯାହାକୁ ଦୃଷ୍ଟିରେ ରଖି ବିଜେପି ଆପଣେଇପାରେ ନୂଆ ନିର୍ବାଚନୀ ଫଣ୍ଡା! ଲୋକସଭା ଆଉ ବିଧାନସଭା ପାଇଁ ଦଳ ପ୍ରାର୍ଥୀ ବଦଳେଇବ । ଏଥର ବିଜେପିର ଏମ୍ପି ଫର୍ମୁଲା! ୩ କେନ୍ଦ୍ରମନ୍ତ୍ରୀ ହେବେ ଲୋକସଭା ପ୍ରାର୍ଥୀ! ବିଜେପି କେନ୍ଦ୍ରୀୟ ନେତୃତ୍ୱ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ନୂଆ ରଣନୀତି ଆପଣାଇବାକୁ ଯାଉଛି । ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ତିନି କେନ୍ଦ୍ରମନ୍ତ୍ରୀ, ଚାରି ସାଂସଦଙ୍କୁ ପ୍ରାର୍ଥୀ କରିବାକୁ ସ୍ଥିର କରିଛି ।

ଜନଶୁଣା ଚେହେରା ନରେନ୍ଦ୍ର ସିଂହ ତୋମର, ପ୍ରହଲ୍ଲାଦ ପଟେଲ ଓ ଫଗନ ସିଂହ କୁଲସ୍ତେଙ୍କୁ ବିଜେପି ପ୍ରାର୍ଥୀ କରିବ । ଏପରିକି ବିଜେପି ସାଧାରଣ ସମ୍ପାଦକ କୈଳାଶ ବିଜୟ ବର୍ଗୀୟଙ୍କୁ ଦଳ ଇନେ୍ଦାରରୁ ପ୍ରାର୍ଥୀ କରିବ ବୋଲି ସୂଚନା ଦେଇଛି । ଓଡ଼ିଶାରେ ଏହି ମଧ୍ୟପ୍ରଦେଶ ଫର୍ମୁଲାକୁ ଆପଣାଇବାକୁ ଯାଉଛି କେନ୍ଦ୍ର ବିଜେପି । ରାଜ୍ୟସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ଏଥର ଢେଙ୍କାନାଳ ଏବଂ ବାଲେଶ୍ୱରରୁ ଲୋକସଭା ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏହିପରି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଦଳ ବିଧାନସଭା ପ୍ରାର୍ଥୀ କରିପାରେ ।

ଦଳର ରଣନୀତି ଅନୁଯାୟୀ ଜୁଏଲ୍ ଓରାମ ଓ ଅପରାଜିତା ଷଡ଼ଙ୍ଗୀଙ୍କୁ ପୁଣିଥରେ ଲୋକସଭା ପ୍ରାର୍ଥୀ ହୋଇପାରନ୍ତି । ଏହିପରି ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କୁ ଦଳ ବିଧାନସଭା ପ୍ରାର୍ଥୀ କରିପାରେ । ଏହିପରି ସାଂସଦ ସୁରେଶ ପୂଜାରୀ ଓ ସାଂସଦ ବସନ୍ତ ପଣ୍ଡା ଏଥର ଲୋକସଭା ପ୍ରାର୍ଥୀ ନହୋଇ ବିଧାନସଭା ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ । କେବଳ ସୁରେଶ, ବସନ୍ତ ନୁହଁନ୍ତି ସାଂସଦ ସଂଗୀତା ସିଂହଦେଓଙ୍କୁ ମଧ୍ୟ ଦଳ ଏଥର ବିଧାନସଭା ପ୍ରାର୍ଥୀ କରିପାରେ । ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଦଳ ନୀଳଗିରିରୁ ବିଧାନସଭା ପ୍ରାର୍ଥୀ କରିପାରେ । ସମ୍ବିତପାତ୍ର ପୁଣିଥରେ ପୁରୀରୁ ପ୍ରାର୍ଥୀ ହେବେ ବୋଲି ସୂଚନା ଥିଲାବେଳେ ଦଳର ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ପାଇଁ ସୁରକ୍ଷିତ ଆସନ ଖୋଜୁଛି ଦଳ ।

ସମୟ କହିବ ବିଜେପିର ଏହି ରଣନୀତି ଅନୁଯାୟୀ ୮ ସାଂସଦଙ୍କ ମଧ୍ୟରୁ କେତେଜଣ ପୁଣି ଲୋକସଭା ପ୍ରାର୍ଥୀ ହେବେ ଆଉ କେତେଜଣ ସାଂସଦ ବିଧାନସଭା ନିର୍ବାଚନକୁ ସାମ୍ନା କରିବେ । ଓଡ଼ିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ୧୪ ଆସନରେ ବିଜୟୀ ହେବାର ଲକ୍ଷ୍ୟ ରଖିଛି ବିଜେପି । ଅକ୍ଟୋବର ପ୍ରଥମ ସପ୍ତାହରେ ରାଜ୍ୟ ବିଜେପି ଏକ ବଡ଼ ଧରଣର କାର୍ଯ୍ୟକ୍ରମ ସହ ରଣନୀତି ଆପଣାଇବାକୁ ଯାଉଛି । ଏହି ସମୟରେ କେଉଁ ନେତା କେଉଁଠୁ ପ୍ରାର୍ଥୀ ହେବେ ତାହାର ସୂଚନା ମିଳିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା