Masthead

ମଧ୍ୟାହ୍ନ ଭୋଜନ ଧୂଆଁରେ ଅତିଷ୍ଠ ଛାତ୍ରଛାତ୍ରୀ

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ସ୍କୁଲ ମାନଙ୍କରେ ଉନ୍ନତ ମାନର ଶିକ୍ଷାଦାନ ସହିତ ଉନ୍ନତ ମାନର ଶ୍ରେଣୀଗୃହ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ଯୋଜନା ପ୍ରସ୍ତୁତ କରାଯାଇଛି। ହେଲେ ଏତେ ଯୋଜନା ସବୁ ଥାଇ ମଧ୍ୟ କେଉଁଠି ନା କେଉଁଠି ଏହା ସଠିକ୍ ଭାବରେ କାର୍ୟ୍ୟକାରୀ କରାଯାଉନାହିଁ। ତାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ନହଡିପଡା ପ୍ରାଥମିକ ବିଦ୍ୟାଳୟରେ।

ଏହି ବିଦ୍ୟାଳୟରେ ପ୍ରଥମ ଠାରୁ ଆରମ୍ଭ କରି ପଞ୍ଚମ ପର୍ଯ୍ୟନ୍ତ ପ୍ରାୟ ୪୦ରୁ ଉର୍ଦ୍ଧ୍ବ କୁନିକୁନି ଛାତ୍ର ଛାତ୍ରୀ ମାନେ ପାଠ ପଢୁଛନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ହେଲା ଏହି ସ୍କୁଲରେ ଦୀର୍ଘଦିନ ହେଲାଣି ଗୋଟିଏ ରୋଷେଇ ଘରଟିଏ ନାହିଁ। ବାରମ୍ବାର ସ୍କୁଲ ଓ ଅଭିଭାବକ ମାନଙ୍କ ପକ୍ଷରୁ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିକଟରେ ଆପତ୍ତି ଅଭିଯୋଗ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୋଣସି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଇନାହିଁ।

ରୋଷେଇ ଘର ନଥିବାରୁ ବାଧ୍ୟ ହୋଇ ପାଚିକା ମାନେ ଦୀର୍ଘଦିନ ଧରି ସ୍କୁଲ ବାରଣ୍ଡାରେ ରୋଷେଇ କରୁଛନ୍ତି।ବାରଣ୍ଡାରେ ରୋଷେଇ ହେବା ଦ୍ୱାରା ଏତେ ଜୋରରେ ଧୂଆଁ ହେଉଛି ଯାହା ଫଳରେ ପାଠ ପଢାଯାଇଥିବା ଶ୍ରେଣୀ ଗୃହ ଭିତରେ ଅବାଧରେ ଧୂଆଁ ପ୍ରବେଶ କରୁଛି। କୁନି କୁନି କୋମଳମତି ଛାତ୍ର ଛାତ୍ରୀ ମାନେ ପାଠ ପଢିବାକୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଧୂଆଁ ଦ୍ଵାରା କୋମଳମତି ଛାତ୍ର ଛାତ୍ରୀ ମାନେ ନିଶ୍ଚିତ ଭାବରେ ବଡ଼ ବଡ଼ ରୋଗର ଶିକାର ହେବେ ବୋଲି ଅସ୍ୱୀକାର କରିହେବ ନାହିଁ। ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ଏହି ଦିଗରେ ପଦକ୍ଷେପ ନେବାପାଇଁ ସ୍କୁଲର ଶିକ୍ଷକ, ଅଭିଭାବକ ଓ ପାଚିକା ମାନଙ୍କ ସହିତ ଛାତ୍ର ଛାତ୍ରୀ ମାନେ ଦାବି କରିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି