Masthead

ନିର୍ବାଚିତ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ନେଇ ବିଡିଓଙ୍କ ବିରୁଦ୍ଧରେ ଥାନାରେ ଏତଲା

କେନ୍ଦ୍ରାପଡା(ବଡ଼ ଖବର ବ୍ୟୁରୋ): ଲୋକଙ୍କ କଥା ଶୁଣୁନାହାନ୍ତି ବିଡିଓ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ ବିଡିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ଯାହାକୁ ସମଯୋଗ କରିଛି କଂଗ୍ରେସ । ଅନ୍ୟପକ୍ଷେ ବିଜେଡି ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ନିର୍ବାଚିତ ପ୍ରତିନିଧି ଙ୍କୁ ଦୁର୍ବ୍ୟବହାର ନେଇ ବିଡିଓ ଙ୍କ ବିରୁଦ୍ଧରେ ଥାନାରେ ଏତଲା । ପଟ୍ଟାମୁଣ୍ଡାଇ ରେ ଲାଗି ରହିଛି ରାଜନୈତିକ ଉଷ୍ମତା। କେତେବେଳେ ପୂର୍ବତନ ବିଧାୟକ ଙ୍କ ବିରୁଦ୍ଧରେ ବିଡିଓ ଥାନାରେ ଏତେଲା ଦେଉଛନ୍ତି ତ କେତେବେଳେ ବିଡିଓ ଙ୍କ ବିରୁଦ୍ଧରେ ନିର୍ବାଚିତ ଜନ ପ୍ରତିନିଧି ଙ୍କ ଏତେଲା। ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଙ୍କ ସହିତ କିଛି କଂଗ୍ରେସ ସରପଞ୍ଚ ଓ ସମିତି ସଭ୍ୟ ବିଡିଓ ଙ୍କ ମନମାନି କାର୍ଯ୍ୟ ଓ ଦଳୀୟ ମନୋବୃତି ରଖି କାମରେ ପାତର ଅନ୍ତର ନୀତି କୁ ବିରୋଧ କରି ବିଡିଓ ଙ୍କ କାର୍ଯ୍ୟାଳୟ ରେ ପଶି ହୋହାଲ୍ଲା କରିଥିଲେ ।

ଏହା ସହ କାର୍ଯ୍ୟାଳୟ ରେ ତାଲା ପକାଇ ବିଡ଼ିଓଙ୍କୁ ଚାବି ଧରାଇବା ସହିତ ଆଗକୁ ସଚେତନ ହେବାକୁ କହିଥିବା ବେଳେ ଏହାକୁ ନେଇ ବିଡିଓ ଅଂଶୁମାନ ମହାନ୍ତି ଙ୍କ ନାମରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏକ ଏତେଲା ଦେଇଛନ୍ତି, ଅପର ପକ୍ଷେ ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ ଙ୍କ କାର୍ୟ୍ୟକଳାପ କୁ ବିରୋଧ କରି ଶତାଧିକ କଂଗ୍ରେସ କର୍ମୀ ସରପଞ୍ଚ ସମିତି ସଭ୍ୟ ସଭ୍ୟା ତଥା ଲୋକେ ବିଡ଼ିଓ ଙ୍କ ବିରୋଧରେ ୩୦ ରୁ ଉର୍ଦ୍ଧ ଲିଖିତ ଏତଲା ଦେଇଥିବା ଦେଖିବାକୁ ମିଳିଛି।

ଠିକ ସେହିପରି ରାଜନଗର ପୁର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଙ୍କ ବିରୁଦ୍ଧରେ ଆଜି ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ଙ୍କ ସହ ବିଜେଡି ସମର୍ଥିତ ସମିତି ସଭ୍ୟ ଓ ସରପଞ୍ଚ ମାନେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି. ଜଣେ ସରକାରୀ ଅଫିସର ଙ୍କୁ ଧମକାଇବା ଓ ଅଫିସ କାର୍ଯ୍ୟ ରେ ବାଧା ସୃଷ୍ଟି କରିବା ନେଇ ଅଭିଯୋଗ କରିଛନ୍ତି।ଅନ୍ୟ ପକ୍ଷରେ ନିର୍ବାଚିତ ଜନ ପ୍ରତିନିଧି ମାନଂକୁ ବିଡିଓ କୌଣସି କାମରେ ସହଯୋଗ କରୁନଥିବା ଓ ସେମାନଂକୁ ଦୁର୍ବ୍ୟବହାର କରୁଥିବା ନେଇ କଖାରୁଣୀ ସରପଞ୍ଚ ରମେଶ ମଳିକ ପଟ୍ଟାମୁଣ୍ଡାଇ ଥାନାରେ ବିଡିଓ ବିରୁଦ୍ଧରେ ଆଉ ଏକ ଏତେଲା ଦେଇଥିବା ଜଣାପଡିଛି.।
ତେବେ କଂଗ୍ରେସ ଦଳ ପକ୍ଷରୁ ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କ କାର୍ଯ୍ୟକଳାପ କୁ ବିରୋଧ କରାଯାଉଥିବା ବେଳେ ବିଜୁ ଜନତା ଦଳ ପକ୍ଷରୁ କଂଗ୍ରେସ ଜନ ପ୍ରତିନିଧି ଓ ପୂର୍ବତନ ବିଧାୟକ ଙ୍କ ନାମରେ ଥାନାରେ ଏତଲା ବ୍ଲକ ର ସ୍ଵଛ ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ପଞ୍ଚାୟତି ରାଜ ଵିଧି ବ୍ୟବସ୍ଥା ଭିତରେ ବ୍ଲକର ବିଡ଼ିଓଙ୍କୁ ଜନ ପ୍ରତିନିଧି ପ୍ରଶ୍ନ କରି ପାରିବେ କିନ୍ତୁ ବିଡ଼ିଓ ଙ୍କ ସହିତ ବିଜୁ ଜନତା ଦଳ ସାମିଲ ଥିବା ବିଜେଡି ପକ୍ଷରୁ କଂଗ୍ରେସ ଲୋକଙ୍କ ନାମରେ ଦିଆଯାଇଥିବା ଏତଲା ହିଁ ପ୍ରମାଣ କରୁଛି, ତେବେ ଉଭୟ ପକ୍ଷର ଏତଲା କୁ ନେଇ ଏବେ ଅଡୁଆରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀ…. କେଉଁ ଦିଗରୁ ତଦନ୍ତ ଆରମ୍ଭ କରିବେ ଓ କାହା ବିରୁଧରେ ମକଦମା ୠଜୁକରିବେ ସେନେଇ ଅଡୁଆରେ ଥାନା ଅଧିକାରୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା