Masthead

ଭାରତରେ ତିଆରି ହେବ ରାଫେଲ : ମେକ୍ ଇନ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତ ଓ ଫ୍ରାନ୍ସ ପ୍ରତିରକ୍ଷା ସହଯୋଗ କ୍ଷେତ୍ରକୁ ତ୍ୱରାନ୍ୱିତ କରିବା ପାଇଁ ଦୁଇ ରାଷ୍ଟ୍ରମୁଖ୍ୟ ନିଷ୍ପତ୍ତି ନେଇଛନ୍ତି । ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ରାଫେଲ୍ ଲଢୁଆ ବିମାନ ଓ ପେନଥର୍ ହେଲିକେପ୍ଟର ଭାରତରେ ନିର୍ମାଣ କରିବାକୁ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି । ଫ୍ରାନ୍ସ ରାଫେଲ ଯୁଦ୍ଧ ବିମାନର ୭୦ପ୍ରତିଶତ ଏବଂ ପେନଥର୍ ହେଲିକେପ୍ଟରର ୧୦୦ ପ୍ରତିଶତ ଯନ୍ତ୍ରାଶଂ ଯୋଗାଇ ଦେବ । ବୈଶୟିକ ଜ୍ଞାନ କୌଶଳ ମଧ୍ୟ ଫ୍ରାନ୍ସ ଭାରତକୁ ଦେବ । ବୈଶୟିକ ଜ୍ଞାନ କୌଶଳ ଓ ଯନ୍ତ୍ରାଶଂକୁ ଏକତ୍ରିତ କରି ଭାରତ ନିର୍ମାଣ କରିବ ରାଫେଲ୍ ଓ ପେନଥର୍ ହେଲିକେପ୍ଟର । ଶନିବାର ଭାରତ-ଫ୍ରାନ୍ସ ମଧ୍ୟରେ ହୋଇଥିବା ବୈଠକରେ ଏହି ସୂଚନା ଦିଆଯାଇଛି । ଏହା ଥିଲା ଭାରତ-ଫ୍ରାନ୍ସ ମଧ୍ୟରେ ୩୪ତମ ଷ୍ଟ୍ରାଟେଜିକ ବୈଠକ । ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ରାଫେଲ ଓ ପେନଥର୍ ହେଲିକେପ୍ଟର ମୂଲ୍ୟ କମ ରହିବ । ଦୁଇ ଦେଶ ମଧ୍ୟରେ ଏହି କଥାବାର୍ତ୍ତା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ କୂଟନୈତିକ ପରାମର୍ଶଦାତାଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ