Masthead

ଗଭିର ପାଣି ଭିତରେ କରୁଛନ୍ତି ବିଭିନ୍ନ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସାଧାରଣତଃ ମନୁଷ୍ୟ ମାନେ କିଛି ସମୟ ପାଣିରେ ରହିଲେ ମୃତୁ୍ୟର ନିକଟତର ହେବାଭଳି ଅନୁଭବ ହୋଇଥାଏ । କିନ୍ତୁ ଏଭଳି ଜଣେ ଯୁବକ ଅଛନ୍ତି ଯିଏକି ଅନେକ ସମୟ ପାଣିରେ ରହିବା ସହିତ ସେଥିରେ ଡ୍ୟାନ୍ସ କରୁଛନ୍ତି । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ।ପାଣି ଭିତରେ ଏଭଳି ଚକିତ ଜନକ ହେବାଭଳି କାର୍ଯ୍ୟ କରୁଥିବାରୁ ସେ ଏବେ ହାଇଡା୍ରମ୍ୟାନ ଭାବେ ବେଶ ପରିଚିତ । ସେ ହେଉଛନ୍ତି ରାଜକୋଟର ଜୟଦିବ ଗୋହିଲା । ବୟସ ୨୮ ବର୍ଷ । ସୋସିଆଲ ମିଡିଆରେ ଏବେ ତାଙ୍କର ଭିଡିଓ ଗୁଡିକ ବେଶ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓ ଗୁଡ଼ିକରେ ସେ କେବେ ପାଣି ଭିତରେ ସିଧା ସିଧା ଚାଲନ୍ତି ତ କେବେ କେବେ ଗୋଡ଼ ଉପରକୁ କରି ହାତରେ ଅର୍ଥାତ ହାତରେ ଚାଲନ୍ତି ।

ପାଣି ଭିତରେ ରହି ସେ କ୍ରିକେଟ ଖେଲୁଛନ୍ତି ତ କେତେବେଳେ ମାଇକେଲ ଜ୍ୟାକ୍ସନଙ୍କ ପରି ଡ୍ୟାନ୍ସ,କନଟେମ୍ପରାରୀ,ମୁନୱାକ, ବି କରିପାରୁଛନ୍ତି । ଆଉ ଏସବୁ ସେ କରନ୍ତି ଅକ୍ସିଜେନ ସିଲିଣ୍ଡର ବିନା କରନ୍ତି । ବିନା ଅକ୍ସିଜେନ ସିଲିଣ୍ଡର ରେ ସେ କରୁଥିବା ଏହି କାର୍ଯ୍ୟ ସବୁ ଚକିତ କରିଛି । ପୂର୍ବରୁ ସେ ଏଥି ପାଇଁ ଅନେକ ପ୍ରସ୍ତୁତି ମଧ୍ୟ କରିଛନ୍ତି । ଦିର୍ଘ ୧୦ ବର୍ଷର ଅଭ୍ୟାସ ପରେ ସେ ଆଝି ଏହି ସଫଳତା ପାଇଛନ୍ତି । ୧୦ ଫୁଟ ଗଭିର ଜଳ ଭିତରକୁ ଯାଇ ସେ ୪ ମିନିଟରୁ ଉର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ନିଃଶ୍ୱାସଅଟକାଇ ଏସବୁ କରିପାରୁଛନ୍ତି । ପାଣି ଭିତରେ ନିଜକୁ ବାଲାନ୍ସ ରଖି ଏପରି ଷ୍ଟନ୍ଟ କରିବା ବହୁତ କଷ୍ଟକର ହୋଇଥାଏ । ତଥାପି ନିଜର ପ୍ରଚେଷ୍ଟା ବଳରେ ସେ ଖୁବ୍ ସହଜତାର ସହ ଅଣ୍ଡରୱାଟର ଡ୍ୟାନ୍ସ କରିପାରୁଛନ୍ତି । ସେଥିପାଇଁ ତାଙ୍କୁ ଭାରତର ହାଇଡ୍ରୋମ୍ୟାନ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି