ଓଡ଼ିଶାର ପ୍ରସ୍ତାବକୁ କେନ୍ଦ୍ର ଫେରାଇଦେଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ରହିଛି ୬୨ ହଜାର ୧୭୧ ଟି ଅଙ୍ଗନୱାଡି କେନ୍ଦ୍ର। ମିନି ଅଙ୍ଗନୱାଡି କେନ୍ଦ୍ର ୧୦,୪୧୬ ଥିବାବେଳେ ଆଉ ୭,୮୪୪ ନୂଆ ଅଙ୍ଗନୱାଡି କେନ୍ଦ୍ର ଖୋଲିବାକୁ କେନ୍ଦ୍ରକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ । ମାତ୍ର ପୁନଃ ତର୍ଜମା କରି ପ୍ରସ୍ତାବ ଦେବା ପାଇଁ କହି କେନ୍ଦ୍ର ଓଡ଼ିଶାର ପ୍ରସ୍ତାବ ଫେରାଇ ଦେଇଛନ୍ତି । ଜନଜାତି ଓ ଅପପୁଷ୍ଟି ଦେଖା ଯାଉଥିବା ଅଞ୍ଚଳରେ ବର୍ତ୍ତମାନ ୧,୫୬୭ ନୂଆ ଅଙ୍ଗନୱାଡି ଖୋଲିବା ପାଇଁ ଜିଲ୍ଲାମାନଙ୍କୁ ମଞ୍ଜୁରୀ ଦିଆଯାଇଛି ।

ଗୋଟିଏ ଅଙ୍ଗନୱାଡି କେନ୍ଦ୍ର ଖୋଲିବା ପାଇଁ ବର୍ତ୍ତମାନ ୭ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଉଥିବାବେଳେ ମନରେଗାରେ ୫ ଲକ୍ଷ, ଆଉ ୨ ଲକ୍ଷ ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି । ସହରାଞ୍ଚଳରେ ଅଙ୍ଗନୱାଡି କେନ୍ଦ୍ର ଖୋଲିବା ପାଇଁ ଯେଉଁଠି ଜମି ସମସ୍ୟା ହେଉଛି ସେଠି ଜିଲ୍ଲାପାଳମାନଙ୍କୁ କମିଟି ଗଠନ କରି ଜାଗା ଚିହ୍ନଟ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ପୁଷ୍ଟି ସାଧନ ପାଇଁ ଅଙ୍ଗନୱାଡିରେ ୫ ଦିନ ଅଣ୍ଡା ଯୋଗାଇ ଦିଆଯାଉଛି ।

ବିଧାନସଭା ସରିବା ପରେ ମନ୍ତ୍ରୀ ପ୍ରତି ଜିଲ୍ଲା ଗସ୍ତ କରି ଯେଉଁଠି ଯାହା ସମସ୍ୟା ଅଛି ତାହାର ସମୀକ୍ଷା କରିବା ସହ ସମାଧାନ କରିବେ ବୋଲି ବିଧାନସଭାରେ ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ