Masthead

ମୋ ସ୍ୱାମୀଙ୍କୁ ଫେରାଇ ଆଣ, ପଢନ୍ତୁ ପୂରା ଖବର

ସମ୍ବଲପୁର, (ବଡ଼ ଖବର ବ୍ୟୁରୋ): ବର୍ଷେ ହେବ ଦାଦନ ଖଟିବାକୁ ଯାଇଛନ୍ତି । ଏଯାଏଁ ଫେରି ନାହାନ୍ତି । କିଛି ଖବର ମଧ୍ୟ ତାଙ୍କର ନାହିଁ । ତାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଲୋକେ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ନୂଆଡିହି ପୁଖୁରାମାଲ ଗାଁର ହରି ପିଙ୍କ । ଦାଦନ ଖଟିବାକୁ ସୁଦୁର ଗୋଆକୁ ଯାଇଥିଲେ ହରି । ବର୍ଷେ ବିତିଯାଇଥିଲେ ସୁଦ୍ଧା ତାଙ୍କର ପତ୍ତା ମିଳିନାହିଁ । ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ସ୍ତ୍ରୀ । ନିଖୋଜ ସ୍ୱାମୀଙ୍କୁ ଫେରାଇ ଆଣିବା ଲାଗି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ସୁଭାସିନୀ । ନିଖୋଜ ସ୍ୱାମୀଙ୍କ ସନ୍ଧାନ ଲାଗି ଜିଲ୍ଲା ପ୍ରଶାସନକୁ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛନ୍ତି ସୁଭାସିନୀ ।

ନୂଆଡିହି ପୁଖୁରାମାଲ ଗାଁର ଜଣେ ବ୍ୟକ୍ତିଙ୍କ ସହ ହରି ଗୋଆର ପୁଞ୍ଜିକୁ ଦାଦନ ଖଟିବାକୁ ଯାଇଥିଲେ । ଯିବାର ମାତ୍ର ଦୁଇଦିନ ପରେ ନେଇଥିବା ବ୍ୟକ୍ତି ସୁଭାସିନୀଙ୍କୁ ଫୋନ କରି କହିଥିଲା ଯେ ତମ ସ୍ୱାମୀ ପାଗଳ ହୋଇ କେଉଁଆଡ଼େ ଚାଲିଯାଇଛନ୍ତି । ଯାହାକୁ ସହଜରେ ହଜମ କରିପାରିନଥିଲେ ସୁଭାସିନୀ । ଏନେଇ ମହୁଲପାଲି ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ । ଦୀର୍ଘଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ କିମ୍ବା ଶ୍ରମ ବିଭାଗର ନିଷ୍କିୟତା ସୁଭାସିନୀଙ୍କୁ ବ୍ୟଥିତ କରିଛି ।
ଶେଷରେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ସୁଭାସିନୀ । ଦଲାଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ହରିଙ୍କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ସୁଭାସିନୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ