Masthead

ହାତୀ ଉପଦ୍ରବରେ ଗତ ୫ ବର୍ଷରେ ୬୦୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ହାତୀ ଉପଦ୍ରବରେ  ପାଇଁ ହୋଇଥିବା କ୍ଷୟକ୍ଷତିର ପରିମାଣ କେତେ ହୋଇଛି ତାର ସମ୍ପୂର୍ଣ୍ଣ ତଥ୍ୟ ମାଗିଥିଲେ ଶ୍ରୀ ତାରାପ୍ରସାଦ ବାହିିନି ପତି ।ପ୍ରଶ୍ନରେ ସେ ପଚାରିଥିଲେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାତୀ ଉପଦ୍ରବ ରୋକୀବାରେ ଜଙ୍ଗଲ ବିଭାଗ ଫେଲ ମାରିଛି କି? ହାତୀ ଉପଦ୍ରବ ଯୋଗୁଁ ଗତ ୫ବର୍ଷ ଭିତରେ କେତେ ସମ୍ପତି କ୍ଷୟକ୍ଷତି ହୋଇଛି, ଏଥିପାଇଁ କେତେ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି ତାହାର ସବିଶେଷ ତଥ୍ୟ ସେ ମାଗିଥିଲେ ।ତାଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଦିପ କୁମାର ଅମାତ (ଜଙ୍ଗଲ ପରିବେଶ ଓ ଜଳବାୟୁ ବିଭାଗର ମନ୍ତ୍ରୀ) ଉତ୍ତର ଦେଇଛନ୍ତି, ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାତୀ ଉପଦ୍ରବ ରୋକିବାରେ ଜଙ୍ଗଲ ବିଭାଗ ଆବଶ୍ୟକିୟ ପଦକ୍ଷେପ ଗ୍ରହଣ କରୁଛି । ହାତୀ ଉପଦ୍ରବ ଯୋଗୁଁ ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୬୦୨ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ହୋଇଛି ।୧୨୭ ଗୋଟି ଗୃହପାଳିତ ପଶୁଙ୍କର ମୃତୁ୍ୟ ହୋଇଛି । ଏହା ସହିତ ୯୬୧୧ ଗୋଟି ଘର ଭାଙ୍ଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ