Masthead

ଇଡି ମାଧ୍ୟମରେ ବିରୋଧୀଦଳର ନେତାମାନଙ୍କୁ ଭୟଭୀତ କରାଯାଉଛି: ସଞ୍ଜୟ ସିଂ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆପ ନେତା ସଞ୍ଜୟ ସିଂ ଘରେ ଇଡି ରେଡ଼ । ବୁଧବାର ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଟିମ୍ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କ ଘରେ ପହଞ୍ଚିଛି। ଇଡି ଟିମ୍ ବର୍ତ୍ତମାନ ତାଙ୍କ ବାସଭବନରେ ଚଢାଉ ଜାରି କରିଛି। ଆପ ସାଂସଦ ନିଜେ ସାମ୍ବାଦିକମାନଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି। ଏହାପୂର୍ବରୁ ଚଳିତ ବର୍ଷ ମେ ମାସରେ ଇଡି ସଞ୍ଜୟ ସିଂଙ୍କ ଘରେ ଚଢାଉ କରିଥିଲା।

ସେହି ସମୟରେ ତାଙ୍କ ସହଯୋଗୀଙ୍କ ଘର ଏବଂ କାର୍ଯ୍ୟାଳୟରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ସଞ୍ଜୟ ସିଂ କହିଛନ୍ତି ଯେ କେନ୍ଦ୍ର ତଦନ୍ତ ଏଜେନ୍ସି ମାଧ୍ୟମରେ ବିରୋଧୀଦଳର ନେତାମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି। ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ସଞ୍ଜୟଙ୍କ ବାସଭବନରେ ଇଡି ରେଡ କରିଥିବା ଜଣାପଡ଼ିଛି । ତେବେ ଏପର୍ଯ୍ୟନ୍ତ ସଞ୍ଜୟ ସିଂଙ୍କ ପକ୍ଷରୁ କୌଣସି ପ୍ରକାରର ସରକାରୀ ପ୍ରତିକ୍ରିୟା ଆସିନାହିଁ କିମ୍ବା ଆମ୍ ଆଦମୀ ପାର୍ଟି ଏ ବିଷୟରେ କିଛି କହିନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼