Masthead

ସିକ୍କିମ ବନ୍ୟାରେ ଗଲାଣି ୧୪ ଜୀବନ,୧୦୨ ନିଖୋଜ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସିକିମରେ ବାଦଲଫଟା ବର୍ଷା ଯୋଗୁ ଫ୍ଲାସଫ୍ଲଡ ହୋଇ ଗଲାଣି ୧୪ ଜୀବନ । ସେନାର ୨୩ ଯବାନ ନିଖୋଜ ହୋଇ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି। ସେନାର ୨୨ ଯବାନଙ୍କ ସମେତ ସମୁଦାୟ ୧୦୨ ଜଣ ଏହି ପ୍ରବଳ ବନ୍ୟାରେ ନିଖୋଜ ଥିବା ଜଣାଯାଇଛି। ଏନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କୁ ଖୋଜିବାକୁ ତୀସ୍ତା ନଦୀରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରହିଛି। ସିକିମରେ ହୋଇଥିବା ବାଦଲଫଟା ବର୍ଷା ଯୋଗୁ ମଙ୍ଗନ, ଗ୍ୟାଙ୍ଗଟକ, ପାକଯୋଙ୍ଗ, ନାମଚୀ ଜିଲ୍ଲାରେ ବହୁ କ୍ଷତି ଘଟିଛି। ଏହି ସମୟରେ ଉତ୍ତର ସିକିମର ଲୋନିକ ହ୍ରଦରେ ଜଳସ୍ତର ୧୫ ମିଟର ପର୍ଯ୍ୟନ୍ତ ଉଠି ଯାଇଥିଲା। ପାଣିର ସ୍ରୋତ ବଢ଼ିବାରୁ ଫ୍ଲାସଫ୍ଲଡ ହୋଇ ବହୁ ସେନା ପ୍ରତିଷ୍ଠାନ, ଯାନବାହନ ଭାସି ଯାଇଛି। ସିକିମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ଯୋଗୁ ପ୍ରାୟ ୩ ହଜାର ପର୍ଯ୍ୟଟକ ରାଜ୍ୟରେ ଫସି ରହିଥିବା ରାଜ୍ୟର ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା