Masthead

ତୀରନ୍ଦାଜୀରେ ଭାରତକୁ ସ୍ୱର୍ଣ୍ଣ, ଏବେ ସୁଦ୍ଧା ଭାରତକୁ ୮୨ ପଦକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଏସୀୟ କ୍ରୀଡ଼ାର ୧୯ତମ ସଂସ୍କରଣରେ ଭାରତ ନିଜର ଆଧିପତ୍ୟ ବଜାୟ ରଖିଛି। ଆଜି ପୁଣିଥରେ ତୀରନ୍ଦାଜୀରେ ଭାରତକୁ ମିଳିଛି ସ୍ୱର୍ଣ୍ଣ । ଆଦିତି, ଜ୍ୟୋତି ଓ ପରନୀତୟ କୌରଙ୍କୁ ସ୍ୱର୍ଣ୍ଣ ମିଳିଛି ।ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାପୂର୍ବରୁ ମଧ୍ୟ ତୀରନ୍ଦାଜିରେ ସ୍ୱର୍ଣ୍ଣ ପଦକ ମଧ୍ୟ ଭାରତର ଖାତାକୁ ଆସିଥିଲା। ସେହିପରି ୪୪୦୦ ରିଲେରେ ପୁରୁଷ ଦଳ ମଧ୍ୟ ଭାରତ ପାଇଁ ସୁନା ଜିତିଥିଲା । ଏସୀୟ କ୍ରୀଡ଼ାରେ ମଧ୍ୟ ସ୍କ୍ୱାସ୍ ପକ୍ଷରୁ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି। ସିଙ୍ଗଲ୍ସ ସ୍କ୍ୱାସ୍ ଫାଇନାଲରେ ସୌରଭ ଘୋଷଲଙ୍କ ଠାରୁ ସମସ୍ତେ ସ୍ୱର୍ଣ୍ଣ ଆଶା ରଖିଛନ୍ତି। ଏହାବ୍ୟତୀତ ସ୍ୱର୍ଣ୍ଣ ପଦକ ପାଇଁ ପ୍ରମୁଖ ଦାବିଦାର ଦୀପିକା ପଲ୍ଲିକଲ ଓ ହରିନ୍ଦର ପାଲଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ସେହିପରି ମହିଳା ହକି ଦଳ ଉପରେ ଆଶା ରହିଛି । ସେମିଫାଇନାଲରେ ଟିମ୍ ଇଣ୍ଡିଆ ଆୟୋଜକ ଚୀନକୁ ଭେଟିବ। ଭାରତ ପର୍ଯ୍ୟନ୍ତ ୧୯ ସ୍ୱର୍ଣ୍ଣ, ୩୧ ରୌପ୍ୟ ଓ ୩୨ କାଂସ୍ୟ ସହ ମୋଟ ୮୨ ପଦକ ଜିତିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ