ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରବଳ ବର୍ଷା ପାଣିରେ ଜଳ ବନ୍ଦୀରେ ଶତାଧିକ ଲୋକେ । ଜଳେଶ୍ଵର ବ୍ଲକ୍ ର କପାସିଦା ଏବଂ ଜଳକା ପଡିଆ,ସର୍କାତିଆ, ଖାଲିନା , ଇକିଡା, ଭୋଗରାଇ ବ୍ଲକ ର ମୁଣ୍ଡମାରୀ, ମସାଣବାଡିଆ, ଗାଁ ଦାଣ୍ଡରେ ପାଣି ଖେଳୁଛି। ଦୁଇ ଦିନ ହେବ ପାଣି ବନ୍ଦିରେ ରହିଥିବାରୁ ଲୋକ ମାନେ ନାହିଁ ନଥିବା ଅସୁବିଧାର ର ସମ୍ମୁଖୀନ ହେଉଛନ୍ତି। କାହା ଘୋର ପାଣି ପଶିଛି ତ ଆଉ କାହା ଦାଣ୍ଡଦୁଆରେ ପାଣି ଖେଳୁଛି। ବହୁ ଲୋକ ସ୍କୁଲ୍ ଏବଂ ଉଚ୍ଚା ସ୍ଥାନକୁ ଚାଲି ଯାଇଛନ୍ତି। ସହ ସହ ହେକ୍ଟର ଚାଷ ଜମିରେ ପାଣି ଜମି ରହିଛି ଏବେ ଧାନ ଗଛରେ ଭଣ୍ଡା ହେଉଥିବାରୁ ଧାନ ସବୁ ନଷ୍ଟ ହେବାର ସମ୍ଭାବନା ରହିଛି ସେଥିପାଇଁ ଚିନ୍ତାରେ ଚାଷୀ।