ବିଜେଡିରେ ଟିକେଟ ବାଣ୍ଟିଲେ ସାଂସଦଙ୍କ ସ୍ୱାମୀ

ଭଦ୍ରକ (ବଡ଼ ଖବର ବ୍ୟୁରୋ): ବିଜେଡିରେ ଟିକେଟ ବାଣ୍ଟିଲେ ସାଂସଦଙ୍କ ସ୍ୱାମୀ । ୨୦୨୪ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କାହାକୁ କେଉଁଠି ଟିକେଟ ମିଳିବ ତାକୁ ନେଇ ଦ୍ୱନ୍ଦ୍ୱ । କିନ୍ତୁ ଭଦ୍ରକ ଧାମନଗରରେ ଟିକେଟ ବାଣ୍ଟିଛନ୍ତି ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସ୍ୱାମୀ ମୁକ୍ତିକାନ୍ତ ମଣ୍ଡଳ । ଧାମନଗରରେ ଜନସମ୍ପର୍କ ପଦଯାତ୍ରା ଚାଲିଥିବା ବେଳେ ମୁକ୍ତିକାନ୍ତ ମଣ୍ଡଳ ଟିକେଟ ବାଣ୍ଟିବା ରାଜନୀତିରେ ହଇଚଇ ସୃଷ୍ଟି କରିଛି ।

ଡାକ୍ତର ସଞ୍ଜୟ ଦାଶଙ୍କୁ ଧାମନଗର ବିଜେଡି ବିଧାୟକ ପ୍ରାର୍ଥୀ ଭାବରେ ଘୋଷଣା କରିଛନ୍ତି ମୁକ୍ତିକାନ୍ତ । ଧାମନଗର ଉପନିର୍ବାଚନରେ ବିଜେଡିରୁ ବିଦା ହୋଇଥିବା ରାଜେନ୍ଦ୍ର ଦାଶଙ୍କୁ ବାଦ ଦେଇ ଅବନ୍ତୀ ଦାଶଙ୍କୁ ଟିକେଟ ଦେଇଥିଲା ବିଜେଡି । ତେବେ ଏତେ ବଡ଼ କ୍ଷମତା ମୁକ୍ତିକାନ୍ତ ପାଇଲେ କେମିତି ଯାହା ଏବେ ସେହି ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ