Masthead

ରାଉରକେଲା ରାଜନୀତିରେ ଦିଲ୍ଲୀପଙ୍କ କମ୍ପନ

ଭୁବେନେଶ୍ୱର (ବଡ଼ ଖବର ବ୍ୟୁରୋ):ଓଡ଼ିଶାର ଘରେ ଘରେ ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ମୁହଁରେ ଥାଆନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ । ଦିଲ୍ଲୀପଙ୍କ ରାଜନୀତିକ ସକ୍ରିୟତା ଏତେଟା ଦୁଶ୍ୟମାନ ହେଉନଥିବା ବେଳେ ହଠାତ୍ ପୁଣି ରାଉରକେଲାରେ ତାଙ୍କର ଆବିର୍ଭାବ ଘଟିଛି । ରାଜନୀତିକ ସଭା, ସମିତି ଓ ସାମାଜିକ କାର୍ଯ୍ୟଗୁଡିକରେ ଦିଲ୍ଲୀପଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଓଡ଼ିଶା ରାଜନୀତିର ଚାଣକ୍ୟ ଭୂମିକା ସେ ଲିଭାଉଛନ୍ତି । ଦଳ ଗଢିବା ଓ ଚଲାଇବା ନେଇ ତାଙ୍କ ପାଖରେ ରହିଛି ଢେରସାରା ଅଭିଞ୍ଚତା । ନିର୍ବାଚନ ସମୟ ପାଖେଇ ଆସୁଥିବାରୁ ଦିଲ୍ଲୀପଙ୍କ ସକ୍ରିୟତାକୁ ନେଇ ପ୍ରମୁଖ ରାଜନୀତିକ ଦଳଗୁଡ଼ିକର ମୁଣ୍ଡବ୍ୟଥା ଆରମ୍ଭ ହୋଇଛି । କେଉଁଥିରୁ ଲଢିବେ ନା ସ୍ୱାଧୀନ ଭାବରେ ଉଭାନ ହେବେ ତାକୁ ନେଇ କଳ୍ପନା ଜଳ୍ପନା ଲାଗିରହିଥିବା ବୋଳେ ରାଉରକେଲାରୁ ସ୍ୱାଧୀନ ଭାବରେ ଲଢିପାରନ୍ତି ବୋଲି ଆକଳନ କରାଯାଉଛି । ଦିଲ୍ଲୀପ କେବଳ ଜଣେ ସଫଳ ବ୍ୟବସାୟୀ ନୁହନ୍ତି, ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ମଧ୍ୟ ।

ସେ ରାଜନୀତିରେ ଥାଆନ୍ତୁ ବା ନଥାନ୍ତୁ, ରାଉରକେଲା ସହ ତାଙ୍କର ରହିଛି ଅତି ନିବିଡ ସମ୍ପର୍କ । ଉଭୟ ରାଉରକେଲା ଓ ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀର ଫଳାଫଳ ମଧ୍ୟ ତାଙ୍କ ଉପରେ ନିର୍ଭର କରିଥାଏ । ଯାହା ପ୍ରମାଣିତ ହେଇଛି ଗତ ବିଧାନସଭା ନିର୍ବାଚନରୁ । ତେବେ ଶୁଣିବାକୁ ମିଳିିଛି ଯେ ଦିଲ୍ଲୀପ ୨୦୨୪ ସାଧାରଣ ନିର୍ବାଚନରେ କୌଣସି ରାଜନୈତିକ ଦଳ ନୁହେଁ, ବରଂ ସ୍ୱାଧୀନ ପ୍ରାର୍ଥୀ ହେବାକୁ ଯାଉଛନ୍ତି । ରାଉରକେଲାରେ ଦୁଇଦିନ ରହଣିରେ ସେ ୨୨ରୁ ଅଧିକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ୧୯୮୫ରେ ଦିଲ୍ଲୀପ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ରାଉରକେଲା ଏନ୍ଏସି ନିର୍ବାଚନରେ ବିଜୟୀ ହୋଇ ଅଧକ୍ଷ ହୋଇଥିଲେ । ୧୯୯୬ରୁ ୨୦୦୨ ଓ ୨୦୦୨ରୁ ୨୦୦୮ ପର୍ଯ୍ୟନ୍ତ ରାଜ୍ୟସଭା ସଭ୍ୟ ଥିଲେ ଦିଲ୍ଲୀପ । ବିଜୁ ପଟ୍ଟନାୟକଙ୍କ ମୃତୁ୍ୟ ପରେ ଦିଲ୍ଲୀପ ଓ ଜନତା ଦଳର କିଛି ନେତାଙ୍କୁ ନେଇ ବିଜେଡି ପ୍ରତିଷ୍ଠା କରିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ