Masthead

ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

କୋକସରା(ବଡ଼ ଖବର ବ୍ୟୁରୋ): ଗ୍ରାହକ ସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡପୋଡାଗୁଡା ଗାଁର ଜଗଦୀଶ ଚନ୍ଦ୍ର ସିଂ । ଆମପାଣି ଷ୍ଟେଟ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ଏକ ଗ୍ରାହକ ସେବା କେନ୍ଦ୍ର ଖୋଲି ବ୍ୟାଙ୍କ ସେବା ଯୋଗାଇ ଆସୁଥିଲେ । ହେଲେ ଜମାକାରୀଙ୍କ ଅଜାଣତରେ ଆଧାର ସଂଯୋଗ ଥିବା ବାୟୋମେଟ୍ରିକ ଟିପ ଚିହ୍ନ ନେଇ ସେମାନଙ୍କ ଆକାଉଂଟରୁ ୮ ଲକ୍ଷରୁ ଅଧିକ ଟଙ୍କା ଉଠାଇ ଫେରାର ହୋଇଯାଇଥିଲେ । ଗ୍ରାହକ ସେବା କେନ୍ଦ୍ର ବନ୍ଦ ରହିବା ପରେ ଜାମାକାରୀମାନେ ଆକାଉଂଟ ଚେକ କରିବାରୁ ଟଙ୍କା ନଥିବା ଜାଣିବାକୁ ପାଇଥିଲେ । ଏନେଇ ଆମପାଣି ଷ୍ଟେଟବ୍ୟାଙ୍କ ପରିଚାଳକଙ୍କୁ ଅଭିଯୋଗ କରିଥିଲେ ଜମାକାରୀମାନେ । ବ୍ୟାଙ୍କ କର୍ତୃପକ୍ଷ ଖୋଳତାଡ କରିବା ପରେ ଜଣାପଡିଥିଲା ଜଗଦୀଶ ସିଂ ଟଙ୍କା ହଡପ କରିଛି । ପରେ ବ୍ୟାଙ୍କ ମ୍ୟାନେଜର ଗତ ୮ ତାରିଖରେ ଆମପାଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତ ଜଗଦୀଶ ସିଂଙ୍କ ମୋବାଇଲ ଟ୍ରାକ କରି ବଲାଙ୍ଗୀର ଜିଲ୍ଲା ପାଟଣାଗଡରୁ ଗିରଫ କରିଛି । ଅଭିଯୁକ୍ତ ନିକଟରୁ ନଗଦ ୧ ଲକ୍ଷ ଟଙ୍କା ଓ ଗୋଟିଏ ମୋବାଇଲ ଫୋନ ଜବତ କରାଯାଇଛି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ