Masthead

ଅକୋଲା ପରେ ମହାରାଷ୍ଟ୍ରର ଅହମଦନଗରରେ ହିଂସାକାଣ୍ଡ ।

ଅହମ୍ମଦନଗର (ବଡ଼ ଖବର ବ୍ୟୁରୋ):  ଶୋଭାଯାତ୍ରା ମଧ୍ୟରେ ଧାର୍ମିକ ସ୍ଥଳ ପାଖରେ ନାରାବାଜି ପରେ ପଥରମାଡ । ଜାରିହେଲା କର୍ଫ୍ୟୁ । ପୋଲିସ ଏହି ମାମଲାରେ ୫୦ ଜଣଙ୍କୁ ଗିରଫ କରି ପଚରା ଉଚରା କରିଛି । ହିସାଂ ଘଟିଥିବା ସ୍ଥାନରେ ଭାରି ମାତ୍ରାରେ ପୋଲିସ ମୁତୟନ କରାଯାଇଛି । ସେହି ସ୍ଥାନରେ ଶାନ୍ତି ବଜାଏ ରଖିବା ପାଇଁ ଏହି ଧାର୍ମିକ ଯାତ୍ରାରେ ପୋଲିସ ସହିତ ଏସ୍ ଆର ପି ଏଫ୍ ଯବାନମାନଙ୍କୁ ମଧ୍ୟ ମୁତୟନ କରାଯାଇଥିଲା । ମହାରାଷ୍ଟ୍ରର ଅକୋଲା ହିଂସାକାଣ୍ଡର ନିଆଁ ଏବେ ଯାଏଁ ଥଣ୍ଡା ହୋଇନଥିବା ବେଳେ ରାଜ୍ୟର ଅହମ୍ମଦନଗରରେ ଆଉ ଏକ ହିଂସା ଦେଖା ଦେଇଛି । ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାରେ ରବିବାର ସଂନ୍ଧ୍ୟାରେ ସଂଭାଜୀ ଜୟନ୍ତୀ ଅବସରରେ ଏକ ଶୋଭାଯାତ୍ରା ବାହାରିଥିଲା । ଏହାରି ମଧ୍ୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା ଓ ଏହା ହିଂସାର ରୂପ ନେଇଥିଲା । ଏହି ହିଂସାରେ ପୋଲିସ ମଧ୍ୟ ବତ୍ତି ପାରି ନଥିଲେ । ସ୍ଥାନୀୟ ଲୋକେ ପୋଲିସ ଉପରେ ମଧ୍ୟ ପଥର ମାଡ କରିଥିଲେ । ଏହି ହଂସାକାଣ୍ଡରେ ୮ ଜଣ ଯବାନ ଆହତ ହୋଇଥିଲେ । ପୋଲିସ ଏହି ମାମଲାର ତଦନ୍ତ କରୁଥିବା ବେଳେ ୫୦ ଜଣଙ୍କୁ ଗିରଫ କରିଛି ।

କିଭଳି ଘଟିଲା ହିଂସା ?

ଅହମ୍ମଦନଗର ଜିଲ୍ଲାରେ ରବିବାର ସଂନ୍ଧ୍ୟାରେ ସଂଭାଜୀ ଜୟନ୍ତୀ ଅବସରରେ ଏକ ଶୋଭାଯାତ୍ରା ବାହାରିଥିଲା ଏହାରି ମଧ୍ୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଥିଲା । ଯେତେବେଳେ ଏହି ଷୋଭାଯାତ୍ରା ଏକ ଧାର୍ମିକସ୍ଥଳର ପାଶ୍ୱର୍ ଦେଇ ଗତିକଲା , କିଛି ଅସାମାଜିକ ବ୍ୟକ୍ତି ନାରାବାଜୀ କରିବା ଆରମ୍ଭ କରିଥିଲେ ଏହି ନାରାବଜି ପରେ ପଥରମାଡ ଆରମ୍ଭ ହୋଇଥିଲା ।, ପୋଲିସ ଉପସ୍ଥିତି ସତ୍ୱେ ଦୁଇଦଳ ମଧ୍ୟରେ ଜୋରଦାର ପଥରମାଡ ହୋଇଥିଲା । ସୂଚନା ଅନୁଯାୟୀ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଥିବାବେଳ ଶାନ୍ତି ଫେରିଛି । ସମଗ୍ର ଅଂଚଳରେ ଯବାନଙ୍କୁ ମୁତୟନ କରାଯାଇଛି । ଏହା ସହିତ ସେହି ଅଂଚଳର ପ୍ରତ୍ୟେକ ଗତିବିଧି ଉପରେ ନଜର ମଧ୍ୟ ରଖାଯାଇଛି ।

ଅକୋଲା ହିଂସାରେ ହୋଇଥିଲା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ଏହା ପୂର୍ବରୁ ଗତ ଶନିବାର ମଧ୍ୟ ମହାରାଷ୍ଟ୍ରର ଅକୋଲାରେ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହିଂସାକାଣ୍ଡ ଘଟିଥିଲା । ଏହି ହିଂସାରେ ମଧ୍ୟ ଦୁଇ ଗୋଷ୍ଠି ମୁହାଁମୁହିଁ ହୋଇଥିଲେ । ଏହି ହିଂସାରେ ଲୋକମାନେ ଅନେକ ଘରକୁ ନିଆଁ ଲଗାଇ ଦେଇଥିଲେ । ଅନେକ ଗାଡି ମଧ୍ୟ ଭଙ୍ଗାରୁଜା କରିଥିଲେ । ଏହି ହିଂସାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଅହତ ହୋଇଥିଲେ । ପରିସ୍ଥିତି ନିୟନ୍ତ୍ରଣ ପାଇଁ ସେହି ଅଂଚଳରେ ୧୪୪ ଧାରା ଲାଗୁ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ