Masthead

ଖସିପାରିବେନି ସାଇବର ଅପରାଧୀ, ଗୃହ ମନ୍ତ୍ରଣାଳୟ ପକ୍ଷରୁ ବଡ ପଦକ୍ଷେପ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ଦିନକୁ ଦିନ ବଢୁଛି ସାଇବର ଅପରାଧ । ଏହି ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ନେବାକୁ ଯାଉଛି ବଡ ପଦକ୍ଷେପ । ଏହାକୁ ରୋକିବା ଲାଗି ସାଇବର କମାଣ୍ଡୋର ଏକ ଶାଖା ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏହି ଶାଖାରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପୋଲିସ ସହିତ କେନ୍ଦ୍ରୀୟ ପୋଲିସ ସଂଗଠନର ଯବାନଙ୍କୁ ମଧ୍ୟ ସାମିଲ କରାଯିବ ।

ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ସମସ୍ତ ପୋଲିସ ମୁଖ୍ୟାଳୟକୁ ୧୦ଦକ୍ଷ ସାଇବର କମାଣ୍ଡୋ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାଇବର କମାଣ୍ଡୋ ୱିଙ୍ଗ ଗଠନ କରିବାକୁ ଚଳିତବର୍ଷ ପ୍ରାରମ୍ଭରେ ପ୍ରସ୍ତାବ ଆସିଥିଲା । ଏହି ସାଇବର ୱିଙ୍ଗ ସୁରକ୍ଷା କ୍ଷେତ୍ରରେ ଥିବା ସମସ୍ତ ବିପଦକୁ ସାମ୍ନା କରିବ । ଏହା ପୋଲିସ ସଂଗଠନର ଅଭିନ୍ନ ଅଙ୍ଗ ରହିବ । ଯେଉଁ କମାଣ୍ଡୋମାନେ ଆଇଟି ସୁରକ୍ଷା ଓ ଡିଜିଟାଲ ଫୋରେନସିକ କ୍ଷେତ୍ରରେ ଦକ୍ଷ ଅଟନ୍ତି ସେମାନେ ଏହି ସଂଗଠନରେ ରହିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା