Masthead

ଭାରତରେ ହମାସ ପରି ଆକ୍ରମଣ କରିବାକୁ ଧମକ ଦେଲା ଖଲିସ୍ତାନୀ ଆତଙ୍କୀ ଗୁରପତୱନ୍ତ ସିଂ ପନ୍ନୁନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଇସ୍ରାଏଲ ଉପରେ ପାଲେଷ୍ଟାଇନ ଆତଙ୍କବାଦୀ ହମାସ ଯେଉଁଭଳି ଆକ୍ରମଣ କରିଛି, ଠିକ ସେଭଳି ଢଙ୍ଗରେ ଭାରତ ଉପରେ ମଧ୍ୟ ଆକ୍ରମଣ କରାଯିବ ବୋଲି ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍‌ ଧମକ ଦେଇଛି। ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ  ସିଂ ପନ୍ନୁନ୍‌ ଅନ୍‌ଲାଇନରେ ଏକ ନୂଆ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧମକ ଦେଇଛନ୍ତି। ଇସ୍ରାଏଲ୍‌-ପାଲେଷ୍ଟାଇନ୍‌ ଯୁଦ୍ଧରୁ ଶିକ୍ଷାଲାଭ କର, ନଚେତ୍‌ ଭାରତକୁ ସମାନ ପ୍ରତିକ୍ରିୟା ଅପେକ୍ଷା କରିଛି ବୋଲି ସେ କହିଛନ୍ତି।

ଆମେରିକାରେ ବେଆଇନ ଶିଖ୍‌ସ ଫର୍‌ ଜଷ୍ଟିସ ସଂଗଠନର ମୁଖ୍ୟ ପନ୍ନୁନ୍‌ କହିଛନ୍ତି, ପଞ୍ଜାବରୁ ପାଲେଷ୍ଟାଇନ୍‌ ଆଧିପତ୍ୟ କରିଥିବା ଲୋକେ ପ୍ରତିକ୍ରିୟା ପ୍ରକାଶ କରିବେ ଏବଂ ହିଂସାର ଫଳ ହିଂସା ହେବ। ଭାରତ ଯଦି ପଞ୍ଜାବକୁ ଅକ୍ତିଆର କରିରଖେ, ତେବେ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହେବ, ପ୍ରଧାନମନ୍ତ୍ରୀ ମୋଦି ସେଥିପାଇଁ ଦାୟୀ ରହିବେ ବୋଲି ପନ୍ନୁନ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ