ସମାକୋଇ-ଚକଦର ପ୍ରକଳ୍ପକୁ ବିରୋଧ କରି ୧୨ ଘଣ୍ଟିଆ ତେଲକୋଇ ବନ୍ଦ

ତେଲକୋଇ (ବଡ଼ ଖବର ବ୍ୟୁରୋ): ୧୨ ଘଣ୍ଟିଆ ତେଲକୋଇ ବନ୍ଦ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତେଲକୋଇ ବନ୍ଦ ଡାକରା ଦେଇଛି। ସମାକୋଇ-ଚକଦର ପ୍ରକଳ୍ପକୁ ବିରୋଧ କରି ବନ୍ଦ ପାଳନ କରାଯାଉଛି। ଜଗମୋହନପୁର ଠାରେ ୪୯ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି। ସମାକୋଇ-ଚକଦର ପ୍ରକଳ୍ପ ସମନ୍ୱୟ ସମିତି ପକ୍ଷରୁ ଏହି ବନ୍ଦ ଡାକରା ଦେଇଛି। ଜଳସେଚନ ପ୍ରକଳ୍ପକୁ ବିରୋଧ କରି ୧୨ ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦେଇଛି। ଫଳରେ ଆଜି ଦିନ ସାରା ଦୋକାନ ବଜାର ବନ୍ଦ ରହିବ। ସେହିପରି ସ୍କୁଲ, କଲେଜ ସହ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି।

ମୋହନ ମାଝୀ ସରକାରଙ୍କ ପ୍ରଥମ ବଜେଟ୍ ରେ ଅନୁଗୁଳ ସମାକୋଇ ବ୍ୟାରେଜ୍ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ବ୍ୟବସ୍ଥା କରାଗଲା। ଯାହାର ନିର୍ମାଣ ସ୍ଥଳ କେନ୍ଦୁଝର ଜିଲ୍ଲା କରଦାଙ୍ଗୀ ପଞ୍ଚାୟତ ଚକ୍ରଧରପୁର ଠାରେ ରହିଛି। ଏହି ପ୍ରକଳ୍ପ ଅନୁମୋଦନ ହେବା ପରେ ତେଲକୋଇ ବ୍ଲକରେ ବହୁ ଗାଁ ଜଳମଗ୍ନ ହେବା ଆଶଙ୍କାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗତ ମାସ ୨୭ ତାରିଖରେ ତେଲକୋଇ ବନ୍ଦ ଡାକରା ଦେଇ ପ୍ରକଳ୍ପ ବନ୍ଦ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ଦିଆଯାଇଥିଲା। କିନ୍ତୁ ସରକାରଙ୍କ ପାଖରୁ କୌଣସି ଉତ୍ତର ନଆସିବାରୁ ପୁନଶ୍ଚ ତେଲକୋଇ ବନ୍ଦ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’