Masthead

ଧସିଲା ୨୦୦ ଫୁଟର ନଦୀବନ୍ଧ

ଦଶରଥପୁର(ବଡ଼ ଖବର ବ୍ୟୁରୋ) : ଧସିଲା ବୈତରଣୀ ନଦୀବନ୍ଧ । ଅତି ନିମ୍ନମାନର କାମ ଯୋଗୁଁ ବିନା ବର୍ଷା ଓ ବନ୍ୟାରେ ୨୦୦ ଫୁଟର ବନ୍ଧ ଧସି ବୈତରଣୀ ନଦୀ ଗର୍ଭରେ ଲୀନ ହୋଇଛି । ନଦୀବନ୍ଧର ସୁଦୃଢ଼ୀକରଣ ପାଇଁ ସରକାର କୋଟି କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରୁଛନ୍ତି । ବାସ୍ତବରେ ତାହା ଠିକ୍ ଭାବେ କାର୍ଯ୍ୟ ହୋଇପାରୁନାହିଁ । ପ୍ରତ୍ୟେକ ବର୍ଷ ବୈତରଣୀରେ ବନ୍ୟା ଆସିଲେ ଦଶରଥପୁର ଅଞ୍ଚଳରେ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇ ବହୁ ଧନଜୀବନ ବିପନ୍ନ ହେଉଛି ।

ପ୍ରଶାସନ ଅଧିକାରୀଙ୍କ ପ୍ରୋତ୍ସାହନରେ ଠିକାଦାର ନିମ୍ନମାନର କାମ କରି ସରକାରୀ ଅର୍ଥକୁ ହରିଲୁଟ କରୁଛନ୍ତି । ଏହିଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଦୁଦୁରାଅଣ୍ଟା ପଞ୍ଚାୟତର କୁଅଁରସାହି ଗାଁ ନିକଟରେ । ବନ୍ଧର ଉଭୟ ପାର୍ଶ୍ଵରେ ପଥର ପ୍ୟାକିଙ୍ଗ ହେବା ସହ ବନ୍ଧ ନିର୍ମାଣ ସମୟରେ ଠିକ ଭାବେ ରୋଲିଙ୍ଗ କରାଯାଉନାହଁ । ନିର୍ମାଣ ସମୟରେ ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁନଥିବାରୁ ଠିକାଦାରମାନେ ଅତି ନିମ୍ନମାନର କାମ କରି ସରକାରୀ ଅର୍ଥକୁ ହରିଲୁଟ କରୁଛନ୍ତି । ଯାହାଫଳରେ ତଳିଆ ଅଞ୍ଚଳ ଲଚଙ୍କ ପାଇଁ ବିପଦ ଘନେଇ ଆସୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ