ଧସିଲା ୨୦୦ ଫୁଟର ନଦୀବନ୍ଧ

ଦଶରଥପୁର(ବଡ଼ ଖବର ବ୍ୟୁରୋ) : ଧସିଲା ବୈତରଣୀ ନଦୀବନ୍ଧ । ଅତି ନିମ୍ନମାନର କାମ ଯୋଗୁଁ ବିନା ବର୍ଷା ଓ ବନ୍ୟାରେ ୨୦୦ ଫୁଟର ବନ୍ଧ ଧସି ବୈତରଣୀ ନଦୀ ଗର୍ଭରେ ଲୀନ ହୋଇଛି । ନଦୀବନ୍ଧର ସୁଦୃଢ଼ୀକରଣ ପାଇଁ ସରକାର କୋଟି କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରୁଛନ୍ତି । ବାସ୍ତବରେ ତାହା ଠିକ୍ ଭାବେ କାର୍ଯ୍ୟ ହୋଇପାରୁନାହିଁ । ପ୍ରତ୍ୟେକ ବର୍ଷ ବୈତରଣୀରେ ବନ୍ୟା ଆସିଲେ ଦଶରଥପୁର ଅଞ୍ଚଳରେ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇ ବହୁ ଧନଜୀବନ ବିପନ୍ନ ହେଉଛି ।

ପ୍ରଶାସନ ଅଧିକାରୀଙ୍କ ପ୍ରୋତ୍ସାହନରେ ଠିକାଦାର ନିମ୍ନମାନର କାମ କରି ସରକାରୀ ଅର୍ଥକୁ ହରିଲୁଟ କରୁଛନ୍ତି । ଏହିଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଦୁଦୁରାଅଣ୍ଟା ପଞ୍ଚାୟତର କୁଅଁରସାହି ଗାଁ ନିକଟରେ । ବନ୍ଧର ଉଭୟ ପାର୍ଶ୍ଵରେ ପଥର ପ୍ୟାକିଙ୍ଗ ହେବା ସହ ବନ୍ଧ ନିର୍ମାଣ ସମୟରେ ଠିକ ଭାବେ ରୋଲିଙ୍ଗ କରାଯାଉନାହଁ । ନିର୍ମାଣ ସମୟରେ ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁନଥିବାରୁ ଠିକାଦାରମାନେ ଅତି ନିମ୍ନମାନର କାମ କରି ସରକାରୀ ଅର୍ଥକୁ ହରିଲୁଟ କରୁଛନ୍ତି । ଯାହାଫଳରେ ତଳିଆ ଅଞ୍ଚଳ ଲଚଙ୍କ ପାଇଁ ବିପଦ ଘନେଇ ଆସୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ