Masthead

‘ଲୋକଙ୍କ ସ୍ୱାର୍ଥ ପାଇଁ ହେଉଥିବା ଯୋଜନାକୁ ରାଜ୍ୟ ସଂଘ ବିରୋଧ କଲେ ଆମେ ସମର୍ଥନ ଦେବୁ ନାହିଁ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ); ସରକାରଙ୍କ ଲକ୍ଷ୍ମୀ ବସ ଚଳାଚଳକୁ ବାଲେଶ୍ଵର ଘରୋଇ ବସ ମାଲିକ ସଂଘର ସମର୍ଥନ । ଘରୋଇ ବସ ମାଲିକ ସଂଘ ଦୁଇ ଫାଳ । ରାଜ୍ୟ ବସ ମାଲିକ ସଂଘ ଦ୍ୱାରା ନିଆଯାଇଥିବା ବସ ଚଳାଚଳ ବନ୍ଦ ନିଷ୍ପତ୍ତିକୁ ବିରୋଧ । ଯଦି ରାଜ୍ୟ ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା କରାଯାଇ ନୀତିଗତ ତଥା ଉଚିତ୍ ନିଷ୍ପତ୍ତି ନିଆଗଲେ ଆମେ ସ୍ବାଗତ କରିବୁ ବୋଲି କହିଛନ୍ତି ବାଲେଶ୍ଵର ଘରୋଇ ବସ ମାଲିକ ସଂଘ ସଭାପତି ବାଦଲ ଦାସ । ସେ କହିଛନ୍ତି ଲୋକଙ୍କ ସ୍ୱାର୍ଥ ପାଇଁ ହେଉଥିବା ଯୋଜନାକୁ ରାଜ୍ୟ ସଂଘ ବିରୋଧ କଲେ ଆମେ ସମର୍ଥନ ଦେବୁ ନାହିଁ ।

ଲକ୍ଷ୍ମୀ ଯୋଜନାରେ ସରକାର ବ୍ଲକରୁ ପଞ୍ଚାୟତକୁ ରିହାତି ଦରରେ ବସ ଚଳାଚଳ ପାଇଁ ଯେଉଁ ନିଷ୍ପତ୍ତି ହୋଇଛି, ଏହାଦ୍ୱାରା ଘରୋଇ ବସଗୁଡ଼ିକର ବ୍ୟବସାୟ ପ୍ରଭାବିତ ହେବ ନାହିଁ । ସେପଟେ ବୈଠକରେ ବାଲେଶ୍ଵର ଘରୋଇ ବସ ମାଲିକ ସଂଘ ଉପସ୍ଥିତିକୁ ବିରୋଧ କଲା ରାଜ୍ୟ ଘରୋଇ ବସ ମାଲିକ ସଂଘ । ଆଲୋଚନା ପାଇଁ ବାଲେଶ୍ୱର ଘରୋଇ ବସ ମାଲିକ ସଂଘକୁ ମଧ୍ୟ ଡାକିଥିଲେ ସରକାର । ତେବେ ରାଜ୍ୟ ଘରୋଇ ବସ ମାଲିକ ସଂଘ ବିରୋଧ କରିବାରୁ ବାଲେଶ୍ଵର ସଂଘ ନିଜ ନିଷ୍ପତ୍ତିକୁ ସରକାରଙ୍କ ସାମ୍ନାରେ ଉପସ୍ଥାପନା କରି ଫେରି ଆସିବା ପରେ ଏହି ପ୍ରତିକ୍ରିୟା ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି