Masthead

ନିୟମ ମାନିଲେନି ବିଗ୍ ବି: ଗାଡ଼ି ଭିଡ଼ିନେଲା ଆରଟିଓ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):କର ନ ଦେବାରୁ ଚାଲିଗଲା ବିଗ୍ ବି ଅମିତାଭଙ୍କ କାର୍ । ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସହ ଘଟିଛି ଅଭାବନୀୟ ଘଟଣା । ଅମିତାଭଙ୍କ କାରକୁ ଜବତ କରିଛି କର୍ଣ୍ଣାଟକ ପରିବହନ ବିଭାଗ । ନିୟମ ମାନିଲେନି ବିଗ୍ ବି । ଗାଡ଼ି ଭିଡିନେଲା ଆରଟିଓ । ଶତାଦ୍ଦୀର ମହାନାୟକ ଅମିତାଭଙ୍କ ସହ ଅଭାବନୀୟ ଘଟଣା । କର୍ଣ୍ଣାଟକ ପରିବହନ ବିଭାଗ ସିଜ୍ କଲା ମେଗା ଷ୍ଟାରଙ୍କ ସୁପର କାର ।

ଅମିତାଭଙ୍କ ବଚ୍ଚନଙ୍କ ରୋଲ୍ସ-ରୟସ ଫାଣ୍ଟମ କାରକୁ ଜବତ କରିଛି ଆରଟିଓ । ଫିଲ୍ମ ‘ଏକଲବ୍ୟ’ର ରିଲିଜ ପରେ ୨୦୦୭ରେ ଏହି କାରକୁ ନିର୍ମାତା ବିଧୁ ବିନୋଦ ଚୋପ୍ରା ଗିଫ୍ଟ ଦେଇଥିଲେ । ଦୀର୍ଘ ଦିନ ଚଳାଇବା ପରେ ଅମିତାଭ କାରକୁ ୨୦୧୯ରେ ଉମରା ଡେଭଲପର୍ସର ମାଲିକ ୟୁସୁଫ ସରିଫ ଓରଫ ଡି.ବାବୁଙ୍କୁ ବିକ୍ରି କରିଥିଲେ । ହେଲେ ଏବେ ବି ଏହି କାରକୁ ବ୍ୟବହାର କରିଆସୁଥିଲେ ସୁପରଷ୍ଟାର ।

ଉପଯୁକ୍ତ କର ଦାଖଲ ନକରିବା, କାଗଜପତ୍ର ଅପଡେଟ୍ ନଥିବାରୁ କାରକୁ ଜବତ କରାଯାଇଛି । ରୋଡ ଟ୍ୟାକ୍ସଭରୁ ନ ଥିବାରୁ ଏହି କାର୍ ଉପରେ ଆରଟିଓର ନଜର ପଡିଥିଲା । ଖାଲି ସେତିକି ନୁହେଁ ବୀମା ଅବଧି ମଧ୍ୟ ସରିଯାଇଥିଲା । ସେପଟେ ୟୁସୁଫ କହିଛନ୍ତି ଯେ ୨୦୧୯ରେ ରୋଲ୍ସ-ରୟସ ଫାଣ୍ଟମ କାରକୁ ୬କୋଟି ଟଙ୍କାରେ ଅମିତାଭ ବଚ୍ଚନଙ୍କଠାରୁ କିଣିଥିଲେ । ହେଲେ କାରର କାଗଜ ପତ୍ର ମଧ୍ୟ ତାଙ୍କ ନିକଟରେ ନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI