Masthead

ନିୟମ ମାନିଲେନି ବିଗ୍ ବି: ଗାଡ଼ି ଭିଡ଼ିନେଲା ଆରଟିଓ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):କର ନ ଦେବାରୁ ଚାଲିଗଲା ବିଗ୍ ବି ଅମିତାଭଙ୍କ କାର୍ । ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସହ ଘଟିଛି ଅଭାବନୀୟ ଘଟଣା । ଅମିତାଭଙ୍କ କାରକୁ ଜବତ କରିଛି କର୍ଣ୍ଣାଟକ ପରିବହନ ବିଭାଗ । ନିୟମ ମାନିଲେନି ବିଗ୍ ବି । ଗାଡ଼ି ଭିଡିନେଲା ଆରଟିଓ । ଶତାଦ୍ଦୀର ମହାନାୟକ ଅମିତାଭଙ୍କ ସହ ଅଭାବନୀୟ ଘଟଣା । କର୍ଣ୍ଣାଟକ ପରିବହନ ବିଭାଗ ସିଜ୍ କଲା ମେଗା ଷ୍ଟାରଙ୍କ ସୁପର କାର ।

ଅମିତାଭଙ୍କ ବଚ୍ଚନଙ୍କ ରୋଲ୍ସ-ରୟସ ଫାଣ୍ଟମ କାରକୁ ଜବତ କରିଛି ଆରଟିଓ । ଫିଲ୍ମ ‘ଏକଲବ୍ୟ’ର ରିଲିଜ ପରେ ୨୦୦୭ରେ ଏହି କାରକୁ ନିର୍ମାତା ବିଧୁ ବିନୋଦ ଚୋପ୍ରା ଗିଫ୍ଟ ଦେଇଥିଲେ । ଦୀର୍ଘ ଦିନ ଚଳାଇବା ପରେ ଅମିତାଭ କାରକୁ ୨୦୧୯ରେ ଉମରା ଡେଭଲପର୍ସର ମାଲିକ ୟୁସୁଫ ସରିଫ ଓରଫ ଡି.ବାବୁଙ୍କୁ ବିକ୍ରି କରିଥିଲେ । ହେଲେ ଏବେ ବି ଏହି କାରକୁ ବ୍ୟବହାର କରିଆସୁଥିଲେ ସୁପରଷ୍ଟାର ।

ଉପଯୁକ୍ତ କର ଦାଖଲ ନକରିବା, କାଗଜପତ୍ର ଅପଡେଟ୍ ନଥିବାରୁ କାରକୁ ଜବତ କରାଯାଇଛି । ରୋଡ ଟ୍ୟାକ୍ସଭରୁ ନ ଥିବାରୁ ଏହି କାର୍ ଉପରେ ଆରଟିଓର ନଜର ପଡିଥିଲା । ଖାଲି ସେତିକି ନୁହେଁ ବୀମା ଅବଧି ମଧ୍ୟ ସରିଯାଇଥିଲା । ସେପଟେ ୟୁସୁଫ କହିଛନ୍ତି ଯେ ୨୦୧୯ରେ ରୋଲ୍ସ-ରୟସ ଫାଣ୍ଟମ କାରକୁ ୬କୋଟି ଟଙ୍କାରେ ଅମିତାଭ ବଚ୍ଚନଙ୍କଠାରୁ କିଣିଥିଲେ । ହେଲେ କାରର କାଗଜ ପତ୍ର ମଧ୍ୟ ତାଙ୍କ ନିକଟରେ ନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା