Masthead

ନକଲି ଉତ୍ତରାଧିକାରୀ ସାଜି ଜମି ବନ୍ଧା ପକାଇଲେ ମହିଳା

ଉଦଳା(ବଡ଼ ଖବର ବ୍ୟୁରୋ): ମହିଳା ସାଜିଥିଲେ ଜାଲି ଉତ୍ତରାଧିକାରୀ । ମୃତକଙ୍କ ଝିଅ ସାଜି ଜମିକୁ ବନ୍ଧା ପକାଇ ଲୋନ ନେବାକୁ କରିଥିଲେ ପ୍ରୟାସ୍ । ହେଲେ ଧରାପଡିଗଲା କାରସାଦି । ପୋଲିସ ହାତରେ ଧରାପଡିଛନ୍ତି ଏହି ୪୨୦ ମହିଳା । ଖୁଂଟା ଥାନା ପୁରୁଣାବାରିପଦା ଖଡିକାପଦା ଗାଁର ଜଗବନ୍ଧୁ ବେହେରାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଖଡିକାପଦା ମୌଜାରେ ପ୍ଲଟ ନମ୍ବର-୩୭୨ ରେ ଘରବାରି ଜମି ରହିଛି । ଯାହାକି ଜଗବନ୍ଧୁଙ୍କ ମୃତ୍ୟୁ ପରେ ଉକ୍ତ ଜମିର ଚାରି ଜଣ ଉତ୍ତରାଧିକାରୀ ରହିଛନ୍ତି । ଜଗବନ୍ଧୁଙ୍କ ପୁଅ ଅଶୋକ ବେହେରା, ସରୋଜ ବେହେରା, ଝିଅ ମନୋରମା ସାହୁ ଏବଂ ସ୍ତ୍ରୀ ସାବିତ୍ରୀ ବେହେରା । ହେଲେ ଉକ୍ତ ଜମିକୁ ୫ ଲକ୍ଷ ଟଙ୍କାରେ ବନ୍ଧା ପକାଇ ଲୋନ ନେବା ନିମନ୍ତେ ଏକ ଘରୋଇ ଋଣ ସଂସ୍ଥା ନିକଟରେ ପହଂଚିଥିଲେ ମୃତ ଜଗବନ୍ଧୁଙ୍କ ଉତ୍ତରାଧିକାରୀ । ହେଲେ ଉକ୍ତ କାଗଜପତ୍ର ଯେତେବେଳେ ସବରେଜିଷ୍ଟାର ଅଫିସରେ ରେଜିଷ୍ଟ୍ରି ନିମନ୍ତେ ପହଂଚିଲା ସେତେବେଳେ ସାମ୍ନାକୁ ଆସିଥିଲା ସାଂଘାତିକ ଠକାମୀର ଚିତ୍ର ।

ମୃତ ଜଗବନ୍ଧୁଙ୍କ ଜମିର ଦାବିଦାର ହୋଇ ଆସିଥିବା ଚାରି ଜଣଙ୍କ ମଧ୍ୟରୁ ଝିଅ ମନୋରମା ସାହୁଙ୍କ ବଦଳରେ ଅନ୍ୟ ଜଣେ ମହିଳା ଆସି ଜମି କାଗଜପତ୍ରରେ ଜାଲ ଦସ୍ତଖତ ମାରିଥିଲେ । ନକଲି ଆଧାର କାର୍ଡ ଦେଇ ସେ ଜମି ବନ୍ଧକ କରାଇବା ନିମନ୍ତେ ରେଜିଷ୍ଟ୍ରି ସମୟରେ ଦସ୍ତଖତ ମାରିଥିବା ବେଳେ ଆଧାର କାର୍ଡରେ ଫିଙ୍ଗର ପ୍ରିଂଟ ନ ନେବାରୁ ସେ ମନୋରମା ସାହୁ ନୁହେଁ ବୋଲି ସବରେଜିଷ୍ଟାର ଜାଣିବାକୁ ପାଇଥିଲେ । ଯାହାକି ଜାଲିଆତି କରି ଉକ୍ତ ଜମିର ରେଜିଷ୍ଟ୍ରି କରାଇ ଟଙ୍କା ହଡପ କରିବାକୁ ଯୋଜନା କରାଯାଇଥିବା ଜାଣିପାରି ରେଜିଷ୍ଟ୍ରିକୁ ବନ୍ଦ କରିବା ସହିତ ଉକ୍ତ ଠକ ମହିଳାଙ୍କ ନାମରେ ଥାନାରେ ଏତଲା ଦେଇଥିଲେ । ପୋଲିସ୍ ତାଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି । ଗିରଫ ମହିଳା ଜଣକ ଉତ୍ତରାଧିକାରୀ ଅଶୋକ ବେହେରାଙ୍କ ଖୁଡି ହୋଇଥିବା ବେଳେ ସେ ଏହି ଜାଲିଆତି ବାବଦରେ କିଛି ଜାଣି ନ ଥିବା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍