Masthead

ନକଲି ଉତ୍ତରାଧିକାରୀ ସାଜି ଜମି ବନ୍ଧା ପକାଇଲେ ମହିଳା

ଉଦଳା(ବଡ଼ ଖବର ବ୍ୟୁରୋ): ମହିଳା ସାଜିଥିଲେ ଜାଲି ଉତ୍ତରାଧିକାରୀ । ମୃତକଙ୍କ ଝିଅ ସାଜି ଜମିକୁ ବନ୍ଧା ପକାଇ ଲୋନ ନେବାକୁ କରିଥିଲେ ପ୍ରୟାସ୍ । ହେଲେ ଧରାପଡିଗଲା କାରସାଦି । ପୋଲିସ ହାତରେ ଧରାପଡିଛନ୍ତି ଏହି ୪୨୦ ମହିଳା । ଖୁଂଟା ଥାନା ପୁରୁଣାବାରିପଦା ଖଡିକାପଦା ଗାଁର ଜଗବନ୍ଧୁ ବେହେରାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଖଡିକାପଦା ମୌଜାରେ ପ୍ଲଟ ନମ୍ବର-୩୭୨ ରେ ଘରବାରି ଜମି ରହିଛି । ଯାହାକି ଜଗବନ୍ଧୁଙ୍କ ମୃତ୍ୟୁ ପରେ ଉକ୍ତ ଜମିର ଚାରି ଜଣ ଉତ୍ତରାଧିକାରୀ ରହିଛନ୍ତି । ଜଗବନ୍ଧୁଙ୍କ ପୁଅ ଅଶୋକ ବେହେରା, ସରୋଜ ବେହେରା, ଝିଅ ମନୋରମା ସାହୁ ଏବଂ ସ୍ତ୍ରୀ ସାବିତ୍ରୀ ବେହେରା । ହେଲେ ଉକ୍ତ ଜମିକୁ ୫ ଲକ୍ଷ ଟଙ୍କାରେ ବନ୍ଧା ପକାଇ ଲୋନ ନେବା ନିମନ୍ତେ ଏକ ଘରୋଇ ଋଣ ସଂସ୍ଥା ନିକଟରେ ପହଂଚିଥିଲେ ମୃତ ଜଗବନ୍ଧୁଙ୍କ ଉତ୍ତରାଧିକାରୀ । ହେଲେ ଉକ୍ତ କାଗଜପତ୍ର ଯେତେବେଳେ ସବରେଜିଷ୍ଟାର ଅଫିସରେ ରେଜିଷ୍ଟ୍ରି ନିମନ୍ତେ ପହଂଚିଲା ସେତେବେଳେ ସାମ୍ନାକୁ ଆସିଥିଲା ସାଂଘାତିକ ଠକାମୀର ଚିତ୍ର ।

ମୃତ ଜଗବନ୍ଧୁଙ୍କ ଜମିର ଦାବିଦାର ହୋଇ ଆସିଥିବା ଚାରି ଜଣଙ୍କ ମଧ୍ୟରୁ ଝିଅ ମନୋରମା ସାହୁଙ୍କ ବଦଳରେ ଅନ୍ୟ ଜଣେ ମହିଳା ଆସି ଜମି କାଗଜପତ୍ରରେ ଜାଲ ଦସ୍ତଖତ ମାରିଥିଲେ । ନକଲି ଆଧାର କାର୍ଡ ଦେଇ ସେ ଜମି ବନ୍ଧକ କରାଇବା ନିମନ୍ତେ ରେଜିଷ୍ଟ୍ରି ସମୟରେ ଦସ୍ତଖତ ମାରିଥିବା ବେଳେ ଆଧାର କାର୍ଡରେ ଫିଙ୍ଗର ପ୍ରିଂଟ ନ ନେବାରୁ ସେ ମନୋରମା ସାହୁ ନୁହେଁ ବୋଲି ସବରେଜିଷ୍ଟାର ଜାଣିବାକୁ ପାଇଥିଲେ । ଯାହାକି ଜାଲିଆତି କରି ଉକ୍ତ ଜମିର ରେଜିଷ୍ଟ୍ରି କରାଇ ଟଙ୍କା ହଡପ କରିବାକୁ ଯୋଜନା କରାଯାଇଥିବା ଜାଣିପାରି ରେଜିଷ୍ଟ୍ରିକୁ ବନ୍ଦ କରିବା ସହିତ ଉକ୍ତ ଠକ ମହିଳାଙ୍କ ନାମରେ ଥାନାରେ ଏତଲା ଦେଇଥିଲେ । ପୋଲିସ୍ ତାଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି । ଗିରଫ ମହିଳା ଜଣକ ଉତ୍ତରାଧିକାରୀ ଅଶୋକ ବେହେରାଙ୍କ ଖୁଡି ହୋଇଥିବା ବେଳେ ସେ ଏହି ଜାଲିଆତି ବାବଦରେ କିଛି ଜାଣି ନ ଥିବା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି