ସରକାର କରୁଛନ୍ତି ଫୋନ ହ୍ୟାକିଂ, ନିର୍ବାଚନକୁ ଦୃଷ୍ଟିରେ ରଖି ସରକାରଙ୍କ ଚାଲ କହିଲେ ବିରୋଧୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସରକାର କରୁଛନ୍ତି ଫୋନ ହ୍ୟାକିଂ । ବିରୋଧୀଙ୍କ ମୋବାଇଲକୁ ହ୍ୟାକ କରାଯାଉଥିବା ଅଭିଯୋଗ । ସାରା ଦେଶରେ ଫୋନ ହ୍ୟାକିଂ, ଡାଟା ଲିକକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ରାଜନୈତିକ ମାହୋଲରେ କୁହାଯାଉଛି ଯେ, ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର କରୁଛନ୍ତି ଚାଲ୍ । କାରଣ ଆପଲ ପକ୍ଷରୁ ହୋଇଛି ସତର୍କବାଣୀ । ପ୍ରଶ୍ନ ଏହା ବି ଉଠୁଛି ଯେ, ବିରୋଧୀଙ୍କ ଉପରେ ରହିଛି କି ସରକାରଙ୍କ ଆଖି? ନିର୍ବାଚନକୁ ନେଇ ଗେମ୍ କରୁଛନ୍ତି କି ସରକାର? ତେବେ କ୍ୟାଶ୍ ଫର୍ କ୍ୱେରୀ ପାଇଁ ଗତ କିଛି ଦିନ ହେଲା ବିବାଦରେ ଥିବା ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରଙ୍କ ଠାରୁ ଆରମ୍ଭ କରି ଶିବସେନା ୟୁବିଟି ନେତ୍ରୀ ପ୍ରିୟଙ୍କା ଚର୍ତୁବେଦୀ, କଂଗ୍ରେସ ନେତା ପବନ ଖେରା, ଶଶି ଥରୁର ଓ ଆପ୍ ସାଂସଦ ରାଘବ ଚଢାଙ୍କ ପାଖକୁ ଆସିଛି ଏହି ମେସେଜ୍ । ଯେଉଁଥିରେ ଲେଖା ହୋଇଛି, ଷ୍ଟେଟ ସ୍ପନସର୍ଡ ଆଟାକର୍ସ ମେ ବି ଟାର୍ଗେଟିଂ ୟୋର ଆଇ-ଫୋନ ଅର୍ଥାତ୍ ସରକାର ପ୍ରୟୋଜିତ ଆକ୍ରମଣକାରୀ ଆପଣଙ୍କ ଫୋନକୁ ଆକ୍ରମଣ କରିପାରନ୍ତି ।

ଏପରି ମେସେଜ୍ ପରେ ଜୋର ଧରିଛି ରାଜନୀତି । ଫୋନ ହ୍ୟାକିଂ ସତର୍କ ସୂଚନା ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ତୁମ୍ବିତୋଫାନ ଆରମ୍ଭ ହୋଇଛି । ଯାହାକୁ ନେଇ ରାଜନେତାମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧି କହିଛନ୍ତି ବିଜେପି ନେତୃତ୍ୱ ସରକାର ବିରୋଧୀ ରାଜନେତାଙ୍କ ଉପରେ ଆକ୍ରମଣ କରିଛନ୍ତି । କଂଗ୍ରେସର ଅନେକ ନେତା ଏଭଳି ମେସେଜ ପାଇଛନ୍ତି । ବିଜେପି ଏବେ ଲୋକଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି । ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ପୂର୍ବରୁ ଭାବୁଥିଲି ସରକାରରେ ୧ ନମ୍ବର ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀ, ଦ୍ୱିତୀୟରେ ଆଦାନୀ ଓ ତୃତୀୟରେ ଅମିତ ଶାହ । କିନ୍ତୁ ଏହା ଭୁଲ । ଆଦାନୀ ସରକାରରେ ନମ୍ବର୧ରେ ଥିବା ବେଳେ ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଓ ତୃତୀୟରେ ଶାହ ରହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଆଦାନି ପ୍ରସଙ୍ଗକୁ ଘୋଡେଇବା ପାଇଁ ଏପରି କରିଛନ୍ତି ସରକାର । ସେପଟେ ସରକାରଙ୍କ ପକ୍ଷରୁ ସୂଚନା ଓ ପ୍ରଦ୍ୟୋଗିକ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ସରକାରଙ୍କୁ ସମସ୍ତଙ୍କ ଗୋପନୀୟତାର ସୁରକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ