Masthead

ପଦ ହାତେଇବାକୁ ଦିଆଯାଉଛି ବିଷାକ୍ତ ଖାଦ୍ୟ: ଜିତନ ମାଞ୍ଝୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) ନୀତୀଶଙ୍କୁ ଦିଆଯାଉଛି ବିଷାକ୍ତ ଖାଦ୍ୟ । ଯାହା ଦ୍ୱାରା ନୀତୀଶଙ୍କ ମାନସିକ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରେ ଲାଗିଛି ବୋଲି କହିଛନ୍ତି ହିନ୍ଦୁସ୍ତାନୀ ଆବାମ୍‌ ମୋର୍ଚ୍ଚା ପ୍ରମୁଖ ଜିତନ ରାମ ମାଞ୍ଝୀ । ସେ ଅଭିଯୋଗ କହିଛନ୍ତି ନୀତୀଶ କୁମାରଙ୍କୁ ପରସା ଯାଉଥିବା ଖାଦ୍ୟରେ ବିଷାକ୍ତ ପଦାର୍ଥ ମିଶାଯାଉଛି । ତାଙ୍କ ପଦକୁ ହାତେଇବାକୁ ଚାହୁଁଥିବା ଲୋକେ ଏହା କରୁଛନ୍ତି । ଏହାର ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି। ପାଟନାରେ ବିଧାନସଭା ବାହାରେ ଖବରଦାତାଙ୍କ ସହ କଥାବାର୍ତ୍ତାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଞ୍ଝୀ କହିଛନ୍ତି, କିଛି ଦିନ ପୂର୍ବରୁ ନୀତୀଶ ଅଶ୍ଳିଳ ଭାଷା ପ୍ରୟୋଗ କରିଥିଲେ ।

ଏଥିଲାଗି ତାଙ୍କୁ ବିଧାନସଭାରେ କ୍ଷମା ମାଗିବାକୁ ପଡ଼ିଥିଲା। କାଲି ପୁଣି ସେ ନିଜ ଉପରେ ନିୟନ୍ତ୍ରଣ ହରାଇ ମୋତେ ନେଇ ଅପମାନଜନକ ଶବ୍ଦର ବ୍ୟବହାର କରିଥିଲେ। ମୁଁ ତାଙ୍କଠାରୁ ବୟସରେ ଏବଂ ରାଜନୈତିକ ଅନୁଭବରେ ବରିଷ୍ଠ ବୋଲି ସେ ଭୁଲିଯାଇଥିଲେ। ଏହା ତାଙ୍କ ମାନସିକ ସ୍ବାସ୍ଥ୍ୟ ଖରାପ ହେବାର ସଙ୍କେତ ବୋଲି ସେ କହିଛନ୍ତି। କହିରଖୁଛୁ, ବୁଧବାର ନୀତୀଶ ତାଙ୍କର ପୂର୍ବତନ ସହଯୋଗୀ ମାନ୍‌ଝୀଙ୍କ ଉପରେ ବର୍ଷିଥିଲେ। ତାଙ୍କର ମୁର୍ଖାମୀ ପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ ବୋଲି କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି