Masthead

୨୦୧୯ ପରାଜୟର ପ୍ରତିଶୋଧ ନେଲା ଭାରତ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବିଶ୍ୱକପ ଫାଇନାଲରେ ଭାରତ । ଆଉ ମାତ୍ର ପାଦେ ଦୂରରେ ଭାରତର ବିଶ୍ୱକପ୍ । ନ୍ୟୁଜିଲାଣ୍ଡକୁ ହରାଇ ୨୦୧୯ ପରାଜୟର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ । ୱାଙ୍ଖଡେ ଷ୍ଟାଡିୟମରେ ଦମଦାର ପ୍ରଦର୍ଶନ କରିଛି ରୋହୀତ ବାହିନୀ । ବିରାଟ କୋହଲି, ଶ୍ରେୟସ ଆୟାର ଓ ମହମ୍ମଦ ସାମିଙ୍କ ପ୍ରମୁଖ ଭୂମିକା ନିଭାଇଛନ୍ତି । କୋହିଲ ଓ ଆୟାର ଶତକ ମାରିଥିବାବେଳେ ସାମି ୭ଟି ୱିକେଟ ନେଇଥିଲେ । ଅଧିନାୟକ ରୋହିତ ଶର୍ମା ଓ ଶୁବମନ୍ ଗିଲ ପୁଣିଥରେ ଭାରତକୁ ଜବରଦସ୍ତ ଆରମ୍ଭ ଦେଇଥିଲେ । ରୋହିତ୍ ଓ ଗିଲ୍ ପ୍ରଥମ ୱିକେଟ୍ ପାଇଁ ୭୧ ରନ୍ ଯୋଡ଼ିଥିଲେ । ରୋହିତ୍ ୨୯ ବଲର ସାମ୍ନା କରି ୪ ଚୌକା ଓ ୪ ଛକା ମାରିଥିଲେ । ଗିଲ୍ ମଧ୍ୟ ଆଉଏକ ଅର୍ଦ୍ଧଶତକ ମାରିଥିଲେ । ରୋହିତ ଆଉଟ୍ ହେବା ପରେ ଗିଲ୍ ଓ କୋହଲି, କିୱି ବୋଲରଙ୍କୁ ଆକ୍ରମଣ ଜାରି ରଖିଥିଲେ । ପ୍ରଥମେ ବ୍ୟାଟିଂ କରି ଭାରତ ୪ ୱିକେଟ୍ ହରାଇ କରିଥିଲା

୩୯୭ ରନ । ସ୍କୋର ୧୬୪ ଥିବା ବେଳେ ରିଟାୟର୍ଡ ହର୍ଟ ହୋଇଥିଲେ ଗିଲ୍ । କୋହଲି ନିଜର ୫୦ତମ ଏବଂ ଆୟର ନିଜର ପଂଚମ ଶତକ ପୂରଣ କରିଥିଲେ । ଶତକ ମାରିବା ପରେ ଆଉଟ ହୋଇଥିଲେ କୋହଲି । କୋହଲି ୧୧୩ ବଲର ସାମ୍ନା କରି ୧୧୭ ରନ୍ କରିଥିଲେ । ଆୟର ମଧ୍ୟ ଶତକ ମାରିବା ପରେ ପ୍ୟାଭିଲିୟନ ଫେରିଥିଲେ । ସେ ମାତ୍ର ୭୦ ବଲରେ ୧୦୫ ରନର ଇନିଂସ୍ ଖେଳିଥିଲେ । ଲୋକେଶ ରାହୁଲ ୨୦ ବଲରେ ଦ୍ରୁତ ୩୯ ରନ୍ କରି ଭାରତକୁ ୩୯୭ ରନର ବିଶାଳ ସ୍କୋରରେ ପହଞ୍ଚାଇଥିଲେ । ୨୦୧୯ରେ ଭାରତକୁ ହରାଇଥିଲା ନ୍ୟୁଜିଲାଣ୍ଡ । ଏହାର ଠିକ ୪ ବର୍ଷ ପରେ ନ୍ୟୁଜିଲାଣ୍ଡକୁ ହରାଇଛି ଟିମ ଇଣ୍ଡିଆ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି