Masthead

‘ସାମିଙ୍କ ଚମତ୍କାର ବୋଲିଂ ଭବିଷ୍ୟତ ସ୍ମରଣୀୟ’

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଫାଇନାଲରେ ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ସେମିଫାଇନାଲରେ ୭୦ ରନରେ ହରାଇ ଭାରତ ଫାଇନାଲ ଟିକେଟ ହାସଲ କରିଛି । ମହମ୍ମଦ ସାମିଙ୍କ ଧୂଆଁଧାର ବୋଲିଂ ଆଗରେ ମାଟି କାମୁଡିଛି ନ୍ୟୁଜିଲାଣ୍ଡ ଦଳ । ସାମି ୭ ୱିକେଟର ସଫଳତା ହାସଲ କରିଛନ୍ତି । ତେବେ ଭାରତ ଏବେ ୧୯ ତାରିଖରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳିବ । ସାମିଙ୍କ ବୋଲିଂକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାମୀଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟରରେ କହିଛନ୍ତି ଯେ, ଉଜ୍ଜ୍ୱଳ ବ୍ୟକ୍ତିଗତ ପ୍ରଦର୍ଶନ ହେତୁ ଆଜିର ସେମିଫାଇନାଲ ଅଧିକ ସ୍ୱତନ୍ତ୍ର ହୋଇପାରିଛି। ମହମ୍ମଦ ସାମିଙ୍କ ଚମତ୍କାର ବୋଲିଂ ଭବିଷ୍ୟତ ପିଢ଼ି କ୍ରିକେଟ୍ ପ୍ରେମୀଙ୍କ ଦ୍ୱାରା ସ୍ମରଣୀୟ ହେବ। ଭଲ ଖେଳିଲା ସାମି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସମେତ ବହୁ ନେତା ଭାରତର ବିଜୟକୁ ଅଭିନନ୍ଦନ ଜଣାଇଛନ୍ତି। ଚଳିତ ବର୍ଷର ବିଶ୍ୱକପ୍‌ରେ ସାମି ୬ଟି ମ୍ୟାଚ୍‌ରେ ୨୩ ୱିକେଟ୍ ନେଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପ୍ରଦାନ କରାଯାଇଛି। ଏହି ମ୍ୟାଚରେ ଭାରତ ଟସ୍ ଜିତି ବ୍ୟାଟିଂ କରି ୩୯୭ ରନ୍ ସ୍କୋର କରିଥିଲା। ଏହି ସ୍କୋରକୁ ପଛରେ ପକାଇ ନ୍ୟୁଜିଲାଣ୍ଡ ଦଳ ୩୨୭ ରନ୍ ପାଇଁ ହାରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି