Masthead

କ୍ରିକେଟରେ ଇତିହାସ ରଚିଲେ ବିରାଟ, ଭାଙ୍ଗିଲେ ସଚିନଙ୍କ ରେକର୍ଡ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): କ୍ରିକେଟରେ ଇତିହାସ ରଚିଛନ୍ତି ବିରାଟ କୋହଲି । ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ଦିନିକିଆ କ୍ରିକେଟରେ ହାସଲ କରିଛନ୍ତି ବିରାଟ କୀର୍ତ୍ତିମାନ । କ୍ରିକେଟ କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦିନିକିଆ କ୍ରିକେଟରେ ହାସଲ କରିଛନ୍ତି ୫୦ତମ ଶତକ । ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ବିରାଟ ଦିନିକିଆରେ ୫୦ଟି ଶତକ ହାସଲ କରିଛନ୍ତି । ବୁଧବାର ୱାଙ୍ଖଡେ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ କୋହଲି ଏହି ମାଇଲଖୁଣ୍ଟ ଛୁଇଁଛନ୍ତି । ଯାହାକି ଦିନିକିଆ କ୍ରିକେଟ ଇତିହାସରେ ଆଜି ପର୍ଯ୍ୟନ୍ତ କେହି ଛୁଇଁପାରିନଥିଲେ । କୋହଲି ଏହି ମ୍ୟାଚରେ ୧୧୭ ରନ କରି ଆଉଟ ହୋଇଥିଲେ ।

ସଚିନଙ୍କ ଉପସ୍ଥିତିରେ ହିଁ ବିରାଟ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି । ବିରାଟ ଶତକ ହାସଲ କରିବା ପରେ ସଚିନଙ୍କୁ ସଲାମ ମଧ୍ୟ କରିଥିଲେ । କ୍ରିକେଟ କିମ୍ବଦନ୍ତୀ ସଚିନ ଅନ୍ତର୍ଜାତିକ ଦିନିକିଆ କ୍ରିକେଟରେ ୪୯ଟି ଶତକ ହାସଲ କରିଛନ୍ତି । ତେବେ ଏହାକୁ ବିଟ୍ କରିଛନ୍ତି ରନ୍ ମେସିନ ଭାବେ ପରିଚିତ ବିରାଟ କୋହଲି । ବିରାଟ ଗତ ୫ରେ କୋଲକାତାର ଇଡେନଗାର୍ଡେନରେ ଖେଳାଯାଇଥିବା ଚଳିତ ବିଶ୍ୱକପର ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦୧ ରନ କରିବା ସହ ସଚିନଙ୍କ ସମକକ୍ଷ ହୋଇଥିଲେ । ୨୦୦୮ ଅଗଷ୍ଟ ୮ରେ ଶ୍ରୀଲଙ୍କା ବିପକ୍ଷରେ ଦାମ୍ବୁଲାରେ ପ୍ରଥମ ଅନ୍ତଜ୍ରାତୀୟ ଦିନିକିଆ ଖେଳିଥିଭା କୋହଲି ୧୫ ବର୍ଷ ମଧ୍ୟରେ ୨୯୧ଟି ମ୍ୟାଚ କେଳି ୫୮.୪୪ ହାରରେ ୫୦ଟି ଶତକ ଓ ୭୧ଟି ଅର୍ଦ୍ଧଶତକ ସହ ୧୩,୭୯୪ ରନ କରିଛନ୍ତି ।

ସଚିନ ୪୬୩ଟି ଦିନିକିଆରୁ ୪୯ଶତକ ହାସଲ କରିଥିଲେ । ବିରାଟ ଚଳିତ ବିଶ୍ୱକପରେ ୧୦ଟି ମ୍ୟାଚରୁ ୩ଟି ଶତକ ଓ ୪ଟି ଅର୍ଦ୍ଧଶତକ ସହ ୭୧୧ ରନ କରିଛନ୍ତି । ସଚିନ ବିଶ୍ୱକପର ଏକ ସଂସ୍କରଣ ୨୦୦୩ରେ ୬୭୩ରନ କରିଥିଲେ । ବିରାଟ ହାସଲ କରିଥିଲା ୫୦ଟି ଦିନିକିଆ ଶତକ ମଧ୍ୟରୁ ଭାରତର ୨୪ଟି ଶତକ ରହିଛି । ସେହିପରି ଅଷ୍ଟ୍ରେଲିଆରେ ୫ଟି, ବାଂଲାଦେଶରେ ୬ଟି, ଇଂଲଣ୍ଡରେ ୧ଟି, ନ୍ୟୁଜିଲାଣ୍ଡରେ ୧ଟି, ଦକ୍ଷିଣ ଆଫ୍ରିକାରେ ୩ଟି, ଶ୍ରୀଲଙ୍କାରେ ୫ଟି, ୱେଷ୍ଟଇଣ୍ଡିଜରେ ୪ଟି, ଜିମ୍ବାୱେରେ ୧ଟି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ଆଜିଠୁ ଜମିବ ଐତିହାସିକ ବାଲିଯାତ୍ରା 🔴 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ଆଜିଠୁ ଜମିବ ଐତିହାସିକ ବାଲିଯାତ୍ରା 🔴 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ