Masthead

ବୁଲା କୁକୁରା କାମୁଡ଼ିଲେ, ଦାନ୍ତ ଦାଗ ପିଛା ମିଳିବ ସହାୟତା ରାଶି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କୁକୁର କାମୁଡ଼ିଲେ ମିଳିବ ୧୦ହଜାର । ବୁଲା କୁକୁରା କାମୁଡ଼ିଲେ, ଦାନ୍ତ ଦାଗ ପିଛା ମିଳିବ ସହାୟତା ରାଶି । ନିଦେ୍ର୍ଦଶନାମା ଜାରି କରିଛନ୍ତି ପଞ୍ଜାବ, ହରିଆଣା ହାଇକୋର୍ଟ । ଯାହା ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ପଞ୍ଜାବ, ହରିୟାଣା ହାଇକୋର୍ଟଙ୍କ ନିଦେ୍ର୍ଦଶ ପରେ ଚିନ୍ତାରେ ଓଡ଼ିଶା ସରକାର । କାହିଁକିନା ଓଡ଼ିଶାରେ ଅଛନ୍ତି ୬୪ ହଜାର କୁକୁର କାମୁଡ଼ା ଆକ୍ରାନ୍ତ । ୨୦୨୨ରୁ ଏମାନେ କୁକୁର କାମୁଡ଼ାରେ ଆକ୍ରାନ୍ତ ହୋଇଛନ୍ତି । ଯଦି ଏହି ଆଧାରରେ ଏମାନେ ଅଦାଲତଙ୍କ ଦ୍ୱାରସ୍ଥ ହୁଅନ୍ତି ତେବେ କୁକୁର କାମୁଡ଼ାରେ ସୃଷ୍ଟି ୫ଟି ଦାନ୍ତ ଦାଗ ପିଛା ୨୦୦ କୋଟି ଟଙ୍କା ସହୟତା ତାଶି ଗଣିଥାନ୍ତେ ।

ବୁଲା କୁକୁର ନିୟନ୍ତ୍ରଣ, ବନ୍ଧ୍ୟାକରଣରେ ଫେଲ ମାରିଥିବା ଓଡ଼ିଶା ସରକାର କେତେ ଯେ ତଣ୍ଡ ଗଣିବେ ତାହା ଆକଳନ ବାହାରେ । ୨୦୨୨ରେ ୬୪ହଜାର ୬୪୨ଟି କୁକୁର କାମୁଡ଼ା କେସ୍ ସାମ୍ନାକୁ ଆସିଥିଲା, ୨୦୨୧ରେ ୫୯ହଜାର ୮୫ଟି ଘଟଣା ସାମ୍ନାକୁ ଆସିଥିଲା । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥାନ ୧୦ରେ ଥିଲା । କେବଳ ଭୁବନେଶ୍ୱରକୁ ହିସାବକୁ ନେଲେ ପ୍ରତିଦିନ ୧୮୦ ରୁ ୨୦୦ ଜଣ କୁକୁର କାମୁଡ଼ାରେ ଶିକାର ହେଉଛନ୍ତି । ୨୦୨୧-୨୨ରେ ଭୁବନେଶ୍ୱରରେ ୨୧୫୦ କୁକୁରଙ୍କ ବନ୍ଧ୍ୟାକରଣ ହୋଇଥିଲା । ୨୦୧୯ ପ୍ରାଣୀ ଜନଗଣନା ତଥ୍ୟ ଅନୁସାରେ ଓଡ଼ିଶାରେ ବୁଲା କୁକୁରଙ୍କ ସଂଖ୍ୟା ସାରା ଦେଶରେ ଦ୍ୱିତୀୟ ସର୍ବାଧିକ । ୧୭ଲକ୍ଷ ବୁଲା କୁକୁର ରାଜରାସ୍ତାରେ, ଗଳିକନ୍ଦିରେ ବୁଲୁଛନ୍ତି । ସବୁଠୁ ଅଧିକ ମହାରାଷ୍ଟ୍ରରେ ୩.୯ ଲକ୍ଷ କୁକୁର କାମୁଡ଼ା ମାମଲା ରହିଛି । ଏହା ପରେ ରହିଛି ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, କର୍ଣ୍ଣାଟକ, ବିହାର, ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ