Masthead

ଅକଳରେ ନିବେଶକ, ପଇସା ମିଳିବ ନା ନାହିଁ ଚିନ୍ତା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅକଳରେ ନିବେଶକ । ୨୫ ହଜାର କୋଟିକୁ ନେଇ ଦ୍ୱନ୍ଦ୍ୱ । ପଇସା ମିଳିବ ନା ନାହିଁ ତାକୁ ନେଇ ଚିନ୍ତାରେ ଇନଭେଷ୍ଟରସ୍ । ଫେରିଥାନ୍ତା ୩କୋଟି ନିବେଶକଙ୍କ ଜମାରାଶି । ରିଫଣ୍ଡ ହୋଇଛି ମାତ୍ର ୧୩୮କୋଟି । ସେବି ପାଖରେ ରହିଛି ୨୫ ହଜାର କୋଟି । ସୁବ୍ରତଙ୍କ ପରଲୋକ ପରେ ୨୫ହଜାର କୋଟି ଅର୍ଥର କ’ଣ ହେବ ତାକୁ ନେଇ ଚର୍ଚ୍ଚା । ସାହାରା ଗ୍ରୁପ ଅଧ୍ୟକ୍ଷ ସୁର୍ବତ ରୟଙ୍କ ପରଲୋକପରେ ଏବେ ଫୋକସରେ ନିବେଶକଙ୍କ ୨୫ ହଜାର କୋଟି ଟଙ୍କାର ଜମାରାଶି । ୩ କୋଟି ନିବେଶକଙ୍କ ଠାରୁ ବେଆଇନ ଭାବେ ବଣ୍ଡ ଜରିଆରେ ଅର୍ଥ ଉଠାଣ ହୋଇଥିବା ସାହାରା କମ୍ପାନୀ ନାଁରେ ଅଭିଯୋଗ ହୋଇଥିଲା । ସେବି ୧୧ବର୍ଷ ଧରି ନିବେଶକଙ୍କୁ ମାତ୍ର ୧୩୮.୦୭ କୋଟି ଟଙ୍କା ଫେରସ୍ତ କରିଛି । ନିବେଶକଙ୍କୁ ଫେରାଇବା ପାଇଁ ଖୋଲାଯାଇଥିବା ସ୍ୱତନ୍ତ୍ର ଆକାଉଣ୍ଟରେ ରହିଥିବା ଅର୍ଥର ପରିମାଣ ଏବେ ୨୫ହଜାର କୋଟି ଛୁଇଁଲାଣି ।

ବଣ୍ଡଧାରୀ ମାନେ ଅର୍ଥ ନେବାକୁ ଦାବି କମ୍ ଆସୁଛି । ଏପଟେ ସେବି ସାହାର ରିଫଣ୍ଡ ଆକାଉଣ୍ଟର ବାଲାନ୍ସ ୧ହଜାର ୮୭ କୋଟି ଟଙ୍କା ବଢିଛି । ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ସେବି ୫୩ହଜାର ୬୮୭ ଆକାଉଣ୍ଟ ପାଇଁ ୧୯ହଜାର ୬୫୦ ଆବେଦନ ପାଇଥିଲା । ୪୮ହଜାର ୩୨୬ ଆକାଉଣ୍ଟ ଲାଗି ୧୭ହଜାର ୫୨୬ ଆବେଦନ ଉପରେ ୧୩୮.୦୭ କୋଟି ଟଙ୍କା ରିଫଣ୍ଡ ହୋଇଛି । ୬୭.୯୮ କୋଟିର ସୁଧରାଶି ପାଇଛନ୍ତି ଲୋକେ । ବଳକା ଆବେଦନ ଗୁଡ଼ିକର ରେକର୍ଡ ନ ମିଳିବାରୁ ଲୋକଙ୍କୁ ଅର୍ଥ ମିଳିପାରିନାହିଁ । ୯ ମାସରେ ୪ ସମବାୟ ସମିତିର ୧୦କୋଟି ନିବେଶକଙ୍କୁ ଅର୍ଥ ଫେରିଯିବ ବୋଲି ସରକାର କହିଥିଲେ । କିନ୍ତୁ ଏବେ ସାହାରା ଗ୍ରୁପ ମୁଖ୍ୟଙ୍କ ବିୟୋଗ ପରେ ନିବେଶକଙ୍କ ମୁଣ୍ଡରେ ପଡିଛି ଚଡ଼କ । ଜମା ରାଶି ରିଟର୍ଣ୍ଣ ମିଳିବ କି ନାହିଁ ତାକୁ ନେଇ ଚିନ୍ତାରେ ଇନଭେଷ୍ଟର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି