Masthead

ବିଧାୟକଙ୍କୁ ଗାଁରେ ପୁରାଇ ଦେଲେନି ଗ୍ରାମବାସୀ

ଲାଞ୍ଜିଗଡ଼ (ବଡ଼ ଖବର ବ୍ୟୁରୋ):ହଟହଟା ହେଲେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କୁ । ବିଧାୟକଙ୍କୁ ଗାଁରେ ପୁରାଇ ଦେଲେନି ଗ୍ରାମବାସୀ । ଦୟନୀୟ ରାସ୍ତା ପାଇଁ ବିଧାୟକଙ୍କୁ କଲେ ବିରୋଧ । ତ୍ରିଲୋଚନପୁରରେ ବିଧାୟକଙ୍କ ଗାଡ଼ିକୁ ଅଟକ ରଖିଲେ ସ୍ଥାନୀୟଲୋକେ । ପାର୍କ ଉଦଘାଟନ ପାଇଁ ଯାଇଥିବା ବେଳେ ଏହି ପ୍ରତିବାଦ ଦେଖିବାକୁ ମିିଳିଥିଲା । ତୀବ୍ର ବିରୋଧ ପରେ ଉଦଘାଟନ ନ କରି ଫେରି ଆସିଲେ ବିଧାୟକ । ପ୍ରଦୀପ ପ୍ରଥମେ ଲାଞ୍ଜିଗଡ଼ ରୋଡ଼ ପଞ୍ଚାୟତ ସ୍ଥିତ ମାଡ଼ିବନ୍ଧା ନିକଟରେ ଥିବା ସାନ୍ଦୁଲ ନଦୀରେ ପୋଲ ନିର୍ମାଣ ପାଇଁ ଭୂମିପୂଜନ କରିଥିଲେ ।

ସେଠାରୁ ବିଶ୍ୱନାଥପୁର ଅଭିମୁଖେ ଆସି ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ପରିସରରେଥିବା ନବନିର୍ମିତ ମିଶନଶକ୍ତି କାଫେକୁ ଉଦଘାଟନ କରିଥିଲେ । ସେଠାରୁ ଜଗନ୍ନାଥପୁର ପଞ୍ଚାୟତ ପାର୍କକୁ ଉଦଘାଟନ କରିବାର ଥିଲା । କିିନ୍ତୁ ସ୍ଥାନୀୟଲୋକେ ସେହି ଉଦଘାଟନୀ କାର୍ଯ୍ୟକ୍ରମକୁ ବିରୋଧ କରିବା ପାଇଁ ପୂର୍ବରୁ ପ୍ରସ୍ତୁତ ଥିଲେ । ପ୍ରଦୀପ ନବ ନିର୍ମିତ ଛେଳି ଗୃହକୁ ଉଦଘାଟନ କରିବାକୁ ଆସୁଥିବାବେଳ ତ୍ରିଲୋଚନପୁର ପଂଚାୟତର ବିଜେଡି କର୍ମୀ, ଶତାଧିକ ମହିଳା ଓ ପୁରୁଷ ରାସ୍ତା ଅବରୋଧ କରିଥିଲେ । ବିଧାୟକ କାର୍ଯ୍ୟକ୍ରମକୁ ନଯାଇ ଫେରିଯାଇଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ