Masthead

ବିଧାୟକଙ୍କୁ ଗାଁରେ ପୁରାଇ ଦେଲେନି ଗ୍ରାମବାସୀ

ଲାଞ୍ଜିଗଡ଼ (ବଡ଼ ଖବର ବ୍ୟୁରୋ):ହଟହଟା ହେଲେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କୁ । ବିଧାୟକଙ୍କୁ ଗାଁରେ ପୁରାଇ ଦେଲେନି ଗ୍ରାମବାସୀ । ଦୟନୀୟ ରାସ୍ତା ପାଇଁ ବିଧାୟକଙ୍କୁ କଲେ ବିରୋଧ । ତ୍ରିଲୋଚନପୁରରେ ବିଧାୟକଙ୍କ ଗାଡ଼ିକୁ ଅଟକ ରଖିଲେ ସ୍ଥାନୀୟଲୋକେ । ପାର୍କ ଉଦଘାଟନ ପାଇଁ ଯାଇଥିବା ବେଳେ ଏହି ପ୍ରତିବାଦ ଦେଖିବାକୁ ମିିଳିଥିଲା । ତୀବ୍ର ବିରୋଧ ପରେ ଉଦଘାଟନ ନ କରି ଫେରି ଆସିଲେ ବିଧାୟକ । ପ୍ରଦୀପ ପ୍ରଥମେ ଲାଞ୍ଜିଗଡ଼ ରୋଡ଼ ପଞ୍ଚାୟତ ସ୍ଥିତ ମାଡ଼ିବନ୍ଧା ନିକଟରେ ଥିବା ସାନ୍ଦୁଲ ନଦୀରେ ପୋଲ ନିର୍ମାଣ ପାଇଁ ଭୂମିପୂଜନ କରିଥିଲେ ।

ସେଠାରୁ ବିଶ୍ୱନାଥପୁର ଅଭିମୁଖେ ଆସି ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ପରିସରରେଥିବା ନବନିର୍ମିତ ମିଶନଶକ୍ତି କାଫେକୁ ଉଦଘାଟନ କରିଥିଲେ । ସେଠାରୁ ଜଗନ୍ନାଥପୁର ପଞ୍ଚାୟତ ପାର୍କକୁ ଉଦଘାଟନ କରିବାର ଥିଲା । କିିନ୍ତୁ ସ୍ଥାନୀୟଲୋକେ ସେହି ଉଦଘାଟନୀ କାର୍ଯ୍ୟକ୍ରମକୁ ବିରୋଧ କରିବା ପାଇଁ ପୂର୍ବରୁ ପ୍ରସ୍ତୁତ ଥିଲେ । ପ୍ରଦୀପ ନବ ନିର୍ମିତ ଛେଳି ଗୃହକୁ ଉଦଘାଟନ କରିବାକୁ ଆସୁଥିବାବେଳ ତ୍ରିଲୋଚନପୁର ପଂଚାୟତର ବିଜେଡି କର୍ମୀ, ଶତାଧିକ ମହିଳା ଓ ପୁରୁଷ ରାସ୍ତା ଅବରୋଧ କରିଥିଲେ । ବିଧାୟକ କାର୍ଯ୍ୟକ୍ରମକୁ ନଯାଇ ଫେରିଯାଇଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ