Masthead

ବଢୁଛି ବିମାନ ଭଡ଼ା, ମ୍ୟାଚ ପାଇଁ ସ୍ୱତନ୍ତ୍ର ଟ୍ରେନ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ରବିବାର ବିଶ୍ୱକପ ଫାଇନାଲର ହାଇଭୋଲଟେଜ ମ୍ୟାଚ୍ । ଅହମ୍ମଦାବାଦରେ ଖେଳାଯିବ ବିଶ୍ୱକପ ଫାଇନାଲ। ଲୋକେ ଏବେଠୁ ଅହମ୍ମଦାବାଦରେ ମ୍ୟାଚ ଦେଖିବାକୁ ହୋଟେଲ ବୁକ କରି ରହିଲେଣିକେବଳ ସେଇଠି ଅଟକିନାହିଁ, ବିମାନ ଟିକେଟ ଦର ମଧ୍ୟ ୭ ଗୁଣା ବଢ଼ିଯାଇଛି । ଅହମଦାବାଦକୁ ସଂଯୋଗ କରୁଥିବା ପ୍ରମୁଖ ସହରରୁ ବିମାନ ଟିକେଟ ମଧ୍ୟ ବଢ଼ିଛି । ମ୍ୟାଚର ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ସ୍ୱତନ୍ତ୍ର ଟ୍ରେନ୍ ସେବା ଘୋଷଣା କରିଛି । ଏହି ସ୍ୱତନ୍ତ୍ର ଟ୍ରେନ୍ ସେବା ଦିଲ୍ଲୀ ଓ ମୁମ୍ବାଇରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଚାଲିବ । ଟ୍ରେନ୍ ଗୁଡିକ ଆଜି ସନ୍ଧ୍ୟାରେ ବାହାରିବ । ଆସନ୍ତାକାଲି ସକାଳେ ଅହମଦାବାଦରେ ପହଞ୍ଚିବ ।

ଦିଲ୍ଲୀରୁ ଗୋଟିଏ ଟ୍ରେନ ଓ ମୁମ୍ବାଇରୁ ତିନୋଟି ଟ୍ରେନ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବେ । ତେବେ ରେଳ ବିଭାଗ ପକ୍ଷରୁ କୁହା ଯାଇଛି, ଟିକେଟର ଦାମ ଅପେକ୍ଷାକୃତ କମ ରହିବ । ବିମାନ ଭଡ଼ାରେ ଅହେତୁକ ମାତ୍ରରେ ବୃଦ୍ଧି ହେତୁ ରେଳ ବିଭାଗ ଟିକେଟର ଦାମ କମ ରଖିବାକୁ ନିଷ୍ପତ୍ତି ନେଇଛି । ଯାତ୍ରୀମାନେ ୬୨୦ ଟଙ୍କାରେ ସ୍ଲିପର ଶ୍ରେଣୀର ଟିକେଟ୍ ପାଇ ପାରିବେ । ସେହିପରି ୧,୫୨୫ ଟଙ୍କାରେ ତୃତୀୟ ଶ୍ରେଣୀ ଏସି, ୧,୬୬୫ଟଙ୍କାରେ ଷ୍ଟାଣ୍ଡାର୍ଡ ୩ଏସି ସିଟ୍ ଓ ୩,୪୯୦ ଟଙ୍କାରେ ପ୍ରଥମ ଶ୍ରେଣୀ ଏସିରେ ଯାତ୍ରା କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ