Masthead

ବଢୁଛି ବିମାନ ଭଡ଼ା, ମ୍ୟାଚ ପାଇଁ ସ୍ୱତନ୍ତ୍ର ଟ୍ରେନ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ରବିବାର ବିଶ୍ୱକପ ଫାଇନାଲର ହାଇଭୋଲଟେଜ ମ୍ୟାଚ୍ । ଅହମ୍ମଦାବାଦରେ ଖେଳାଯିବ ବିଶ୍ୱକପ ଫାଇନାଲ। ଲୋକେ ଏବେଠୁ ଅହମ୍ମଦାବାଦରେ ମ୍ୟାଚ ଦେଖିବାକୁ ହୋଟେଲ ବୁକ କରି ରହିଲେଣିକେବଳ ସେଇଠି ଅଟକିନାହିଁ, ବିମାନ ଟିକେଟ ଦର ମଧ୍ୟ ୭ ଗୁଣା ବଢ଼ିଯାଇଛି । ଅହମଦାବାଦକୁ ସଂଯୋଗ କରୁଥିବା ପ୍ରମୁଖ ସହରରୁ ବିମାନ ଟିକେଟ ମଧ୍ୟ ବଢ଼ିଛି । ମ୍ୟାଚର ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ସ୍ୱତନ୍ତ୍ର ଟ୍ରେନ୍ ସେବା ଘୋଷଣା କରିଛି । ଏହି ସ୍ୱତନ୍ତ୍ର ଟ୍ରେନ୍ ସେବା ଦିଲ୍ଲୀ ଓ ମୁମ୍ବାଇରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଚାଲିବ । ଟ୍ରେନ୍ ଗୁଡିକ ଆଜି ସନ୍ଧ୍ୟାରେ ବାହାରିବ । ଆସନ୍ତାକାଲି ସକାଳେ ଅହମଦାବାଦରେ ପହଞ୍ଚିବ ।

ଦିଲ୍ଲୀରୁ ଗୋଟିଏ ଟ୍ରେନ ଓ ମୁମ୍ବାଇରୁ ତିନୋଟି ଟ୍ରେନ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବେ । ତେବେ ରେଳ ବିଭାଗ ପକ୍ଷରୁ କୁହା ଯାଇଛି, ଟିକେଟର ଦାମ ଅପେକ୍ଷାକୃତ କମ ରହିବ । ବିମାନ ଭଡ଼ାରେ ଅହେତୁକ ମାତ୍ରରେ ବୃଦ୍ଧି ହେତୁ ରେଳ ବିଭାଗ ଟିକେଟର ଦାମ କମ ରଖିବାକୁ ନିଷ୍ପତ୍ତି ନେଇଛି । ଯାତ୍ରୀମାନେ ୬୨୦ ଟଙ୍କାରେ ସ୍ଲିପର ଶ୍ରେଣୀର ଟିକେଟ୍ ପାଇ ପାରିବେ । ସେହିପରି ୧,୫୨୫ ଟଙ୍କାରେ ତୃତୀୟ ଶ୍ରେଣୀ ଏସି, ୧,୬୬୫ଟଙ୍କାରେ ଷ୍ଟାଣ୍ଡାର୍ଡ ୩ଏସି ସିଟ୍ ଓ ୩,୪୯୦ ଟଙ୍କାରେ ପ୍ରଥମ ଶ୍ରେଣୀ ଏସିରେ ଯାତ୍ରା କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ