Masthead

ଭକ୍ତଙ୍କ ଭାବାବେଗ ସହ ଖେଳ ଚାଲିଛି

ପୁରୀ (ବଡ଼ ଖବର ବ୍ୟୁରୋ): ୭ ଘଣ୍ଟା ବିଳମ୍ବ ହେଲା ନୀତିକାନ୍ତି । ରାତି ଅନିଦ୍ରା ରହିଲେ ମହାପ୍ରଭୁ । ଶ୍ରୀକ୍ଷେତ୍ରରେ ବାରମ୍ବାର ବିଭ୍ରାଟ । ରଥଠୁ ନେଇ ହେରାପଞ୍ଚମୀ ଯାଏଁ ଅନେକ ଥର ତ୍ରୁଟି । ପ୍ରଭୁଙ୍କ ସେବାରେ ଅବହେଳା କାହିଁକି ? ଭକ୍ତଙ୍କ ଭାବାବେଗ ସହ ଖେଳ ଚାଲିଛି । ହେରାପଞ୍ଚମୀ ନୀତି ବିଳମ୍ବିତ ହେବା ଯୋଗୁଁ ମଙ୍ଗଳ ଆଳତୀ ନୀତିରେ ମଧ୍ୟ ବିଳମ୍ବ ଘଟିଛି ଜ୍ଝ ପୁରୀ ଗୁଣ୍ଡିଚା ମନ୍ଦିରରେ ମଙ୍ଗଳ ଆଳତି ନୀତି ବିଳମ୍ବ ହୋଇଛି । ସେହିପରି ସୁଇଦିନ ହେଲା ପହୁ ଡ଼ ନୀତି ହୋଇପାରିନି । ନୀତିକାନ୍ତି ବିଳମ୍ବ ଯୋଗୁଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଶନିବାର ଦିନ ଦ୍ୱିତୀୟ ଭୋଗମଣ୍ଡପ ନୀତିରେ ବିଳମ୍ବ ହୋଇଥିଲା ତେଣୁ ଅନ୍ୟ ନୀତି ମଧ୍ୟ ବିଳମ୍ବ ହୋଇଥିଲା । ସନ୍ଧ୍ୟାଧୂପ ନୀତି ବିଳମ୍ବ ହୋଇଥିଲା । ନିୟମାନୁଯାୟୀ ସନ୍ଧ୍ୟା ଧୂପ ସରିବା ପରେ ମା ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି ଓ ସେଠାରେ ହେରାପଞ୍ଚମି ନୀତି ଆରମ୍ଭ ହୁଏ ଓ ମହାଲକ୍ଷ୍ମୀ ରାଗ ର୍ଜଜରିତ ହୋଇ ଜଗନ୍ନାଥଙ୍କ ରଥ ଭାଙ୍ଗିଥାନ୍ତି ।

କିନ୍ତୁ ନୀତି ବିଭ୍ରାଟ ଯୋଗୁଁ ସନ୍ଧ୍ୟା ଧୂପ ରାତି ୧ଟା ପର୍ଯ୍ୟନ୍ତ ହୋଇପାରିନଥିଲା । ନୀତିକାନ୍ତି ବିଳମ୍ବ ହେତୁ ମା’ ଲକ୍ଷ୍ମୀ ରାତି ୩ ଟା ୨୦ରେ ଶ୍ରୀମନ୍ଦିରରୁ ବାହାରିଲେ । ମହାପ୍ରଭୁ ରାତି ଅନିଦ୍ରା ରହିଲେ । ୭ ଘଣ୍ଟା ବିଳମ୍ବରେ ବାହାରିଥିଲେ ମା’ଲକ୍ଷ୍ମୀ । ଭୋର ୫ଟା ୨୦ରେ ରଥ ନିକଟରେ ପହଞ୍ଚିଥିଲେ ମହାଲକ୍ଷ୍ମୀ । ତା ପରେ ହୋଇଥିଲା ରଥ ବନ୍ଦାପନା । ସକାଳ ୫ଟା ୪୦ରେ ମା’ଲକ୍ଷ୍ମୀ ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲେ । ପୂର୍ବରୁ ମଧ୍ୟ ମହାପ୍ରଭୁଙ୍କ ଘୋଷଯାତ୍ରାରେ ଅନେକ ବିଳମ୍ବ ଦେଖାଦେଇଛି । ମହାପ୍ରଭୁଙ୍କ ବନକଲାଗି ନୀତିରେ ମଧ୍ୟ ବିଭ୍ରାଟ ଦେଖାଦେବା ସହ ବିଳମ୍ବ ହୋଇଥିଲା । ତେବେ କାହିଁକି ହେଉଛି ଶ୍ରୀମନ୍ଦିରର ନୀତିକାନ୍ତିରେ ବିଭ୍ରାଟ । ଏନେଇ କାହିଁକି ତତ୍ପର ନୁହେଁ ଶ୍ରୀମନ୍ଦିର ପ୍ରଶାସନ । ତୃଟି ରହୁଛି କେଉଁଠି ଶ୍ରୀମନ୍ଦିର ପ୍ରଶାସନ ନା ଦୈତାପତିଙ୍କର । ଶ୍ରୀମନ୍ଦିର ପ୍ରଶାସନ ଓ ଦୈତାପତିଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ପ୍ରଭାବନୁହେଁ ତ’ ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ