Masthead

ଚାକିରି ନାଁରେ ଠକେଇ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): କରୋନା ବେଳେ ବେକାରୀଙ୍କୁ ଢାଲ। ଚାକିରି ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କାର ଠକେଇ। ତାହା ପୁଣି କୌଣସି ଛୋଟ ମୋଟ ସଂସ୍ଥା ନୁହଁ । ଇନଡସ୍ ଲ୍ୟାଣ୍ଡ ବ୍ୟାଙ୍କ ଭଳି ସଂସ୍ଥା ନାଁରେ ଠକେଇ କରାଯାଇଛି। ଏଭଳି ସଙ୍ଗିନ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲାରୁ।

ବଲାଙ୍ଗିର ଜିଲ୍ଲା ଡୁଡୁକା ବ୍ଲକ୍ କେଶେଇପାଲି ଗାଁର ଧର୍ମେନ୍ଦ୍ର ସୁନା ନିରୀହ ପିଲାଙ୍କୁ ଚାକିରି କରାଇବାର ପ୍ରଲୋଭନ ଦେଖାଇଥିଲେ। କେବଳ ଲୋଇସିଂହା ଅଞ୍ଚଳର ୭୦/୮୦ ଜଣଙ୍କ ଠାରୁ ୪୦ରୁ ୫୦ ହଜାର ଟଙ୍କା ଲେଖାଏଁ ନେଇଥିବା ଅଭିଯୋଗ ହୋଇଛି। ଠକେଇ ହେବାର ଜାଣିବା ପରେ ସମସ୍ତେ ମିଶି ଧର୍ମନ୍ଦ୍ର ସୁନାଙ୍କ ପାଖକୁ ଯାଇଥିଲେ। ହେଲେ ସେ ଟଙ୍କା ଫେରାଇବା ପରିବର୍ତ୍ତେ ଓଲଟା ସେମାନଙ୍କୁ ଧମକ ଚମକ୍ ଦେଇଥିବା ଅଭିଯୋଗ କରିଛନ୍ତି କିଷାନ ନିଆଳ, ଜଗଦୀଶ ମହାନନ୍ଦ, ରାଜକିଶୋର ହରପାଲ, କୁଳମଣୀ ନାଗ, ନରେଶ କୁଅଁରଙ୍କ ଭଳି ଠକେଇର ଶିକାର ହୋଇଥିବା ଅନେକ ଲୋକ ।

ପରେ ସେମାନେ ଲୋଇସିଂହା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଥାନା ଅଧିକାରୀ ଏହାକୁ ଗୁରୁତ୍ୱ ଦେଇନଥିବାରୁ ବାଧ୍ୟ ହୋଇ ସେମାନେ ବଲାଙ୍ଗିର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦୋଷୀକୁ ଗିରଫ କରିବା ସହ ଉଚିତ୍ ନ୍ୟାୟ ଦେବାକୁ ସେମାନେ ଏସପିଙ୍କ ନିକଟରେ ଗୁହାରି କରିଛନ୍ତି। ସେପଟେ ଟଙ୍କା ଠକେଇ ନେଇ ଧର୍ମେନ୍ଦ୍ର ସୁନାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି