Masthead

‘କ୍ୟାବିନେଟ ନିଷ୍ପତ୍ତିକୁ ବଦଳାଇପାରିବେନି ମନ୍ତ୍ରୀ’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଦିବାସୀଙ୍କୁ ଜମି ପ୍ରସଙ୍ଗରେ କ୍ୟାବିନେଟ ନିଷ୍ପତ୍ତିକୁ ନେଇ ବଢୁଛି ଝଡ । ପ୍ରଥମେ କ୍ୟାବିନେଟରେ ନିଷ୍ପତ୍ତି ପରେ ବିରୋଧ ହେବାରୁ ନିଷ୍ପତ୍ତି ସ୍ଥଗିତ ରହିଲା ବୋଲି ମନ୍ତ୍ରୀଙ୍କ ପୋଷ୍ଟ ସୃଷ୍ଟି କରିଛି ବିବାଦ । କ୍ୟାବିନେଟ ନିଷ୍ପତ୍ତିକୁ ସ୍ଥଗିତ ରଖିବାର ଅଧିକାର ମନ୍ତ୍ରୀଙ୍କର ଅଛି କି? ରାଜ୍ୟ ସରକାର ଓ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ରୁଲ୍ସ ଅଫ ବିଜନେସର ପାଠ ପଢାଇଛନ୍ତି ବରିଷ୍ଠ ନେତା ନରସିଂହ ମିଶ୍ର ଓ ବିଜୟ ମହାପାତ୍ର । ନରସିଂହ କହିଛନ୍ତି ମନ୍ତ୍ରୀ କ୍ୟାବିନେଟର ନିଷ୍ପତ୍ତିକୁ ବଦଳାଇପାରିବେ ନାହିଁ । କ୍ୟାବିନେଟ ବୈଠକରେ ଯାହା ନିଷ୍ପତ୍ତି ହେଲା ତାକୁ ବଦଳାଇବା କିମ୍ବା ସ୍ଥଗିତ ରଖିବାର ଅଧିକାର ମନ୍ତ୍ରୀଙ୍କ ପାଖରେ ନାହିଁ । କ୍ୟାବିନେଟର ନିଷ୍ପତ୍ତି ବଦଳାଇବାକୁ ହେଲେ ଆଉ ଗୋଟିଏ କ୍ୟାବିନେଟ ବୈଠକ ବସି ନିଷ୍ପତ୍ତି ନେବା ଦରକାର । ଏହା ହେଉଛି ରୁଲ୍ସ ଅଫ ବିଜନେସ୍ । ସେହିଭଳି ବିଜୟ ମହାପାତ୍ର ବି ସମାନ କଥା କହିଛନ୍ତି । କିଭଳି କ୍ୟାବିନେଟର ନିଷ୍ପତ୍ତିକୁ ସ୍ଥଗିତ ରଖାଗଲା ବୋଲି ମନ୍ତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କଲେ ତାକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି ଆଦିବାସୀ ଜମି ପ୍ରସଙ୍ଗରେ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତିର ଭାଗ୍ୟ କ’ଣ? ବାସ୍ତବରେ ଏହା ସ୍ଥଗିତ ରହିଛି ନା ରହିନାହିଁ । ଏ ସମ୍ପର୍କରେ କୌଣସି ସ୍ପଷ୍ଟିକରଣ ରଖିନାହାନ୍ତି ମନ୍ତ୍ରୀ । ସେପଟେ ସରକାରଙ୍କ ତରଫରୁ ମଧ୍ୟ ଏହି ଦ୍ୱନ୍ଦ୍ୱ ଦୂର କରିବା ପାଇଁ କୌଣସି ପ୍ରତକ୍ରିୟା ଆସିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ