Masthead

ସନ୍ଧ୍ୟା ସୁଦ୍ଧା ନୂଆ ଜୀବନ

ଉତ୍ତରାଖଣ୍ଡ (ବଡ଼ ଖବର ବ୍ୟୁରୋ): ଗତ ୧୭ ଦିନ ଧରି ଉତ୍ତରାଖଣ୍ଡର ସିଲ୍କିରା ଟନେଲରେ ଚାଲିଥିବା ଖନନ କାର୍ଯ୍ୟ ଶେଷ ହେବାକୁ ଯାଉଛି । ଅପେକ୍ଷାର ଅନ୍ତ ଘଟୁଛି । ଆଉ ଅଳ୍ପ ସମୟ ମଧ୍ୟରେ ଶ୍ରମିକମାନଙ୍କୁ ବାହାର କରାଯିବା ପ୍ରକ୍ରିୟା ଆରମ୍ଭ ହେବ। କିଛି ସମୟ ପରେ ସରକାର କିମ୍ବା ଏହାର ପ୍ରତିନିଧୀମାନେ କିଛି ସମୟ ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଏହି ପ୍ରସଙ୍ଗରେ ସରକାରୀ ସୂଚନା ଦେବେ । ସମସ୍ତ କର୍ମଚାରୀଙ୍କୁ ସନ୍ଧ୍ୟା ସୁଦ୍ଧା ବାହାରକୁ ନିଆଯିବ ବୋଲି କୁହାଯାଉଛି।

ପ୍ରାପ୍ତ ସୂଚନା ଅନୁଯାୟୀ ଏନଡିଅରଏଫର ଯବାନ ଟନେଲରେ ପ୍ରବେଶ କରିବେ । ତା’ପରେ ସେଠାରୁ ଶ୍ରମିକମାନଙ୍କୁ ବାହାରକୁ ପଠାଇବା ପ୍ରକ୍ରିୟା ଆରମ୍ଭ ହେବ । ଟନେଲ ବାହାରେ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ବାହାରେ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି । ଅନ୍ୟପଟେ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ପରିବାର ଲୋକ ଶୁଭ ମନାସି ଠାକୁରଙ୍କ ପାଖେ ମାନସିକ ରଖିଛନ୍ତି । ଫସିଥିବା ଶ୍ରମିକଙ୍କ ମାଆ ଠାକୁରଙ୍କୁ କୋଟି ମୁଣ୍ଡିଆ ମାରୁଛନ୍ତି । କିପରି ସୁରକ୍ଷିତରେ ବାହାରି ଆସିବ ତା ଛୁଆ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ