Masthead

ଗୋଟିଏ ଦିନରେ ପଡ଼େ ଗାଁଟା ଯାକର ଶ୍ରାଦ୍ଧ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତ ଓକିଲପାଳ ଗାଁ । ଯେଉଁଠି ଗୋଟିଏ ଦିନରେ ପଡ଼େ ଗାଁଟା ଯାକର ଶ୍ରାଦ୍ଧ । ଏହି ଦିନ ପୂର୍ବଜଙ୍କୁ ପିଣ୍ଡଦାନ କରିଥାନ୍ତି ଗାଁ ଲୋକେ । ଆଜିବି ଏହି ଗାଁର ବୟସ୍କ ଲୋକଙ୍କ ମନରେ ୧୯୭୧ ମହାବାତ୍ୟାର ଭୟଙ୍କର ସ୍ମୃତି ସତେଜ ହୋଇ ରହିଛି । ଏହା ମଧ୍ୟରେ ପାଞ୍ଚ ଦଶନ୍ଧି ବିତି ଗଲାଣି । ପୁରୁଣା ସାତଭାୟାର ଗୋବିନ୍ଦପୁର ଗାଁ ସାତଭାୟାର ସାତଟି ଗାଁ ମଧ୍ୟରୁ ସମୁଦ୍ରକୂଳରେ ଅବସ୍ଥିତ ଗୋବିନ୍ଦପୁର ଅନ୍ୟତମ ।୧୯୭୧ ଅକ୍ଟୋବର ୨୯ ଓ ୩୦ ତାରିଖ ଦିନ ମହାବାତ୍ୟା ତାଣ୍ଡବ ରଚିଥିଲା । ଏହି ଗାଁରେ ରହୁଥିଲେ ୧୮୪ ପରିବାରର ୧୧୭୫ ଜଣ ଲୋକ । ମହବାତ୍ୟାର କରାଳ କାଣ୍ଡରେ ଏହି ପରିବାର ଉଚ୍ଛନ ହୋଇଗଲା । ୩୨ଟି ପରିବାର ନିଶ୍ଚିହ୍ନ ହୋଇଗଲା । ଏହି ଗାଁର ୭୭୨ ଜଣ ଲୋକଙ୍କ ମୃତୁ୍ୟ ହୋଇଥିଲା । ଗାଁଟି ସମ୍ପୂର୍ଣ୍ଣ ଧ୍ୱଂସସ୍ତୂପରେ ପରିଣତ ହୋଇଥିଲା । ମହାବାତ୍ୟା ପରେ ୧୫୨ଟି ପରିବାରର ମାତ୍ର ୪୦୩ ଜଣ ଲୋକ ଜୀବିତ ରହିଥିଲେ । ସେଠାକାର ଲୋକଙ୍କର ଗାଁକୁ ଫେରି ଘରଦ୍ୱାର କରିବାର ଇଚ୍ଛା ମଉଳି ଗଲା । ସ୍ୱାଧୀନତା ସଂଗ୍ରାମୀ ଭୂଦାନ ଆନେ୍ଦାଳନର ନେତ୍ରୀ ମା’ ରମାଦେବୀ ଏହି ଅସହାୟ ପରିବାରକୁ ଓକିଲପାଳରେ ଥଇଥାନ କରିବା ପାଇଁ ସହାୟତାର ହାତ ବଢାଇଲେ । ସାତଭାୟାର ଗୋବିନ୍ଦପୁର କେବଳ କେବଳ ସରକାରୀ କାଗଜପତ୍ରରେ ରହିଗଲା । ଓକିଲପାଳକୁ ସ୍ଥାୟୀ ଠିକଣା କରିବା ସହ ସେବେଠାରୁ ଆଜି ଯାଏଁ ଏହି ଗାଁର କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଏକାଦଶୀ ତିଥିରେ ସମଗ୍ର ଗାଁ ଲୋକେ ପିଣ୍ଡଦାନ କରିଥାନ୍ତି । ଯାହା ଅନ୍ୟତ୍ର ଦେଖାଯାଏ ନାହିଁ । ସବୁଠାରୁ ବଡ଼ କଥା ହେଲା ଯେଉଁ ୩୨ଟି ପରିବାର ସମ୍ପୀର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଥିଲା ସେମାନଙ୍କ ଉଦେ୍ଦଶ୍ୟରେ ଓକିଲପାଳର ଗଣେଶପୂଜା କମିଟି କିଛି ବର୍ଷ ହେବ ସାମୂହିକ ପିଣ୍ଡଦାନ କରିଆସୁଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ