ପରିବାର ପରିଚାଳିତ ଦଳ ଗଣତନ୍ତ୍ର ପାଇଁ ଭଲ ନୁହେଁ: ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଗାମୀ ଲୋକ ସଭା ନିର୍ବାଚନରେ ବିଜେପି ନିଶ୍ଚୟ ୩୭୦ ଆସନରେ ଜିତିବା ସହ ଏନ୍‌ଡିଏ ମେଣ୍ଟ ୪୦୦ ଆସନ ଅତିକ୍ରମ କରିବ । ସୋମବାର ଲୋକ ସଭାରେ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ସେ କହିଛନ୍ତ ତୃତୀୟ ପାଳି ସରକାର ବହୁତ ବଡ଼ ନିଷ୍ପତ୍ତି ନେବ ଏବଂ ଆଗାମୀ ୧,୦୦୦ ବର୍ଷ ପାଇଁ ଭାରତର ଦୃଢ଼ ମୂଳଦୁଆ ପକାଯିବ।

ଖାଲି ସେତିକି ନୁହେଁ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି। କହିଛନ୍ତି ସେମାନେ ଦୀର୍ଘଦିନ ବିରୋଧୀ ଆସନରେ ବସିବା ଲାଗି ସଂକଳ୍ପ ନେଇଥିଲେ ଏବଂ ଆଗାମୀ ନିର୍ବାଚନରେ ପାର୍ଲାମେଣ୍ଟର ଦର୍ଶକ ଗ୍ୟାଲେରିରେ ବସିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିରୋଧୀଙ୍କ ମଧ୍ୟରୁ ଅନେକେ ନିର୍ବାଚନ ଲଢ଼ିବାର ସାହସ ହରାଇଛନ୍ତି। ଗତ ନିର୍ବାଚନରେ କେତେଜଣ ଆସନ ବଦଳାଇଥିଲେ।

ଏଥର ଅନେକ ଲୋକ ସଭା ପରିବର୍ତ୍ତେ ରାଜ୍ୟ ସଭାକୁ ଯିବା ଲାଗି ଚାହୁଁଥିବା ଶୁଣିବାକୁ ମିଳୁଛି ବୋଲି ମୋଦି କହିଥିଲେ। କଂଗ୍ରେସ ଗୋଟିଏ ସାମଗ୍ରୀକୁ ବାରମ୍ବାର ଲଞ୍ଚ୍‌ କରୁଥିବାରୁ ଏହାର ଦୋକାନ ବନ୍ଦ ହେବାକୁ ବସିଛି। ପରିବାର ପରିଚାଳିତ ଦଳ ଗଣତନ୍ତ୍ର ପାଇଁ ଭଲ ନୁହେଁ। କଂଗ୍ରେସ ବାତିଲ ସଂସ୍କୃତିରେ ଅଟକିଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’