Masthead

ପରିବାର ପରିଚାଳିତ ଦଳ ଗଣତନ୍ତ୍ର ପାଇଁ ଭଲ ନୁହେଁ: ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଗାମୀ ଲୋକ ସଭା ନିର୍ବାଚନରେ ବିଜେପି ନିଶ୍ଚୟ ୩୭୦ ଆସନରେ ଜିତିବା ସହ ଏନ୍‌ଡିଏ ମେଣ୍ଟ ୪୦୦ ଆସନ ଅତିକ୍ରମ କରିବ । ସୋମବାର ଲୋକ ସଭାରେ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ସେ କହିଛନ୍ତ ତୃତୀୟ ପାଳି ସରକାର ବହୁତ ବଡ଼ ନିଷ୍ପତ୍ତି ନେବ ଏବଂ ଆଗାମୀ ୧,୦୦୦ ବର୍ଷ ପାଇଁ ଭାରତର ଦୃଢ଼ ମୂଳଦୁଆ ପକାଯିବ।

ଖାଲି ସେତିକି ନୁହେଁ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି। କହିଛନ୍ତି ସେମାନେ ଦୀର୍ଘଦିନ ବିରୋଧୀ ଆସନରେ ବସିବା ଲାଗି ସଂକଳ୍ପ ନେଇଥିଲେ ଏବଂ ଆଗାମୀ ନିର୍ବାଚନରେ ପାର୍ଲାମେଣ୍ଟର ଦର୍ଶକ ଗ୍ୟାଲେରିରେ ବସିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିରୋଧୀଙ୍କ ମଧ୍ୟରୁ ଅନେକେ ନିର୍ବାଚନ ଲଢ଼ିବାର ସାହସ ହରାଇଛନ୍ତି। ଗତ ନିର୍ବାଚନରେ କେତେଜଣ ଆସନ ବଦଳାଇଥିଲେ।

ଏଥର ଅନେକ ଲୋକ ସଭା ପରିବର୍ତ୍ତେ ରାଜ୍ୟ ସଭାକୁ ଯିବା ଲାଗି ଚାହୁଁଥିବା ଶୁଣିବାକୁ ମିଳୁଛି ବୋଲି ମୋଦି କହିଥିଲେ। କଂଗ୍ରେସ ଗୋଟିଏ ସାମଗ୍ରୀକୁ ବାରମ୍ବାର ଲଞ୍ଚ୍‌ କରୁଥିବାରୁ ଏହାର ଦୋକାନ ବନ୍ଦ ହେବାକୁ ବସିଛି। ପରିବାର ପରିଚାଳିତ ଦଳ ଗଣତନ୍ତ୍ର ପାଇଁ ଭଲ ନୁହେଁ। କଂଗ୍ରେସ ବାତିଲ ସଂସ୍କୃତିରେ ଅଟକିଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ