Masthead

୨ ୱିକେଟରେ ମ୍ୟାଚ୍ ଜିତିଲା ଭାରତ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ । ଭାରତର ରୋମାଞ୍ଚକର ବିଜୟ । ୨ ୱିକେଟରେ ମ୍ୟାଚ୍ ଜିତିଲା ଭାରତ । ଗୁରୁବାର ବିଶାଖାପାଟଣାରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ଭାରତ ୨ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଷନଙ୍କ ଅର୍ଦ୍ଧଶତକ ଆଗରେ ଜୋଶ ଇଙ୍ଗଲିଶଙ୍କ ଶତକ ବେକାର ସାବ୍ୟସ୍ତ ହୋଇଛିା ଏହି ବିଜୟ ଭାରତୀୟ କ୍ରିକେଟପ୍ରେମୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି । ଏଥି ସହତି ଭାରତ ୫ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ।

ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୦୯ ରନର ଟାର୍ଗେଟ ଦେଇଥିଲା ଅଷ୍ଟ୍ରେଲିଆ । ଭାରତ ତରଫରୁ କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷନ ଧୂଆଁଧାର ବ୍ୟାଟିଂ କରିଥିଲେ । ସୂର୍ଯ୍ୟକୁମାର ୪୨ ବଲରେ ୯ ଚୌକା ଓ ୪ ଛକା ସହାୟତାରେ ୮୦ରନ କରିଥିଲେ । ଇଷାନ ୫ ଛକା ଓ ୨ଟି ଚୌକା ସହାୟତାରେ ୫୮ ରନ କରିଥିଲେ । ସେହିପରି ରିଙ୍କୁ ସିଂ ଅପରାଜିତ ୧୪ ବଲରେ ୨୨ରନ କରିଥିଲେ । ଜୟଶ୍ୱାଲ ୮ଟି ବଲରେ ୨୧ରନ କରି ପାଭିଲିଅନ ଫେରିଥିଲେ ।

ଭାରତ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ଅଷ୍ଟ୍ରେଲିଆ ଆରମ୍ଭରୁ ଦ୍ରୁତ ରନ ସଂଗହ କରିଥିଲା । ଇନିଂସରେ ସେ ୮ଟି ଛକା ଓ ୧୧ଟି ଚୌକା ମାରିଥିଲେ । ସ୍ମିଥ ୪୧ଟି ବଲ ଖେଳି ୫୨ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୦୮ ରନ କରିଥିଲା । ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଜବାବରେ ଗୋଟିଏ ବଲ ବାକିଥାଇ ବିଜୟ ଲାଭ କରିଥିଲେ ଭାରତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍