Masthead

ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦୀର୍ଘ ତିନି ବର୍ଷ ଧରି ଜାରି ରହିଥିବା ଋଷ-ୟୁକ୍ରେନ ଯୁଦ୍ଧ ଏବେବି ଥମୁନି । ୟୁକ୍ରେନରେ ତାଣ୍ଡବ ରଚୁଛି ଋଷ ସେନା । ଆକ୍ରମଣର ପ୍ରତିଶୋଧ ନେଇଛି ଋଷ । ୟୁକ୍ରେନର ଭୟାନକ ଡ଼ୋନ ଆକ୍ରମଣର କଡ଼ା ଜବାବ ଦେଇଛି ଋଷ । ଋଷ ପୂର୍ବ ୟୁକ୍ରେନ ଖାରକିଭ ସହର ଉପରେ ଏକ ଭୟଙ୍କର ଡ୍ରୋନ ଏବଂ କ୍ଷେପଣାସ୍ତ୍ର ପ୍ରହାର କରିଛି । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି ।

ମଧ୍ୟରାତ୍ରି ପରେ ଋଷ ପ୍ରାୟ ୫ ଘଣ୍ଟା ଧରି ସ୍ଥଳଭାଗ ,ଆକାଶ ଓ ସମୁଦ୍ରରୁ ୟୁକ୍ରେନ ସହରକୁ ଟାର୍ଗେଟ୍ କରି ୪୦୭ ଟି ଡ୍ରୋନ ଏବଂ ୪୬ଟି କ୍ଷେପଣାସ୍ତ୍ର ମାଡ଼ କରିଛି । ଏଥିରେ ୪୦ଟି କ୍ରୁଜ୍ ମିସାଇଲ୍ ଏବଂ ୬ଟି ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଅନ୍ତର୍ଭୁକ୍ତ ଥିଲା । ଋଷର ଏହି ପ୍ରଚଣ୍ଡ ପ୍ରହାରରେ ୟୁକ୍ରେନର ସରକାରୀ ପ୍ରତିଷ୍ଠାନ ଏବଂ ଆବାସିକ କୋଠା ମାଟିରେ ମିଶିଯାଇଛି ।

ପୂର୍ବ ସପ୍ତାହରେ ଋଷର ଆଭ୍ୟନ୍ତରୀଣ ଅଂଚଳରେ ୟୁକ୍ରେନ ଶତାଧିକ ଡ୍ରୋନ ଆକ୍ରମଣ କରି ୪୧ଟି ଯୁଦ୍ଧ ବିମାନ ଧ୍ୱଂସ କରିଥିଲା । ୟୁକ୍ରେନର ଏହି ଆକ୍ରମଣ ଋଷ ସେନାକୁ ଭୀଷଣ କ୍ଷତି ପହଞ୍ଚାଇଥିଲା । ଏହାର ପ୍ରତିଶୋଧ ନେବା ପାଇଁ ଋଷ ଏବେ ଆକ୍ରମଣକୁ ତୀବ୍ର କରିଛି । ଋଷର ଆକ୍ରମଣ ଏବେ ୟୁକ୍ରେନ ଉପରେ ଭାରି ପଡିଛି । ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏହି ଘଟଣାର ବୈଶ୍ୱିକ କାର୍ଯ୍ୟନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା