Masthead

ବିଶ୍ୱକପ୍ ପରାଜୟ ପରେ ଆର ଅଶ୍ୱିନୀଙ୍କ ପ୍ରତିକ୍ରିୟା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବିଶ୍ୱକପର ପରାଜୟ ଏପର୍ଯ୍ୟନ୍ତ ମନରୁ ଲିଭିନି । ଇଣ୍ଡିଆ ଦଳର ଖରାପ ପ୍ରଦର୍ଶନ କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । କାହିଁକି ମ୍ୟାଚ୍ ହାରିଲା ଇଣ୍ଡିଆ ଏବେବି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ରହିଛି । କିଏ ବ୍ୟାଟରଙ୍କ ଖରାପ ବ୍ୟାଟିଂକୁ ଦୋଷ ଦେଉଥିବାବେଳେ କିଏ ବୋଲିଂ ଆଉ ଫିଲଣ୍ଡିଂ ଖରାପ ଥିବା ଚର୍ଚ୍ଚା ହେଉଛି । ଏବେବି ବିଶ୍ଲେଷଣ ଜାରି ରହିଛି । କହିଁକି ହାରିଲା ଇଣ୍ଡିଆ । କ’ଣ ହୋଇଥାଇପାରେ କାରଣ ? କ’ଣ ଖରାପ ବ୍ୟାଟିଂ ଆଉ ବୋଲିଂ ପାଇଁ ହାରିଛି କି । ଆଉ କ’ଣ କାରଣ ହୋଇଥାଏ ପାରେ । ତେବେ ଏହାକୁ ନେଇ ଭେଟେରାନ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଅହମ୍ମଦାବାଦ ପିଚ୍ ଉପରେ ଦେଇଥିବା ମନ୍ତବ୍ୟ ଓଡ଼ିଶା କ୍ରିକେଟ୍‌ପ୍ରେମୀଙ୍କୁ ନିରାଶ କରିବ ନିଶ୍ଚିତ।

ସେ କହିଛନ୍ତି, ‘ଭାରତୀୟ ଦଳର ନୈରାଶ୍ୟ ପ୍ରଦର୍ଶନ ପଛରେ କେଉଁଠି ନା କେଉଁଠି ପିଚ୍‌ର ଭୂମିକା ରହିଛି। ଅହମ୍ମଦାବାଦ ପିଚରେ ବ୍ୟବହୃତ ମାଟି ପୂର୍ବଭାରତର ବିଶେଷ କରି ଓଡ଼ିଶାର ମାଟି ଭଳି। ଅଶ୍ୱିନ ଦୁଇଦିନ ତଳେ ନିଜ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡ଼ିଓ ଅପ୍‌ଲୋଡ୍ କରିଛନ୍ତି। ସେ ଭାରତର ପରାଜୟ ପଛରେ ଥିବା ଅନେକ ଯୁକ୍ତିଯୁକ୍ତ କାରଣ ଦର୍ଶାଇଛନ୍ତି। ଏହାସହ ବିପକ୍ଷ ଦଳର ପ୍ରଦର୍ଶନ ତାଙ୍କୁ କେମିତି ପ୍ରଭାବିତ କରିଥିଲା ତାକୁ ମଧ୍ୟ ବେଶ୍ ରୋଚକ ଢଙ୍ଗରେ ବର୍ଣ୍ଣନା କରିଛନ୍ତି। କିନ୍ତୁ ପିଚ୍‌ର ପ୍ରଭାବରେ ମ୍ୟାଚ କେମିତି ପରିବର୍ତ୍ତନ ହେଲା ସେ ସଂକ୍ରାନ୍ତରେ ବିସ୍ତୃତ ଭାବେ କହିବା ଆରମ୍ଭ କରିବା ସମୟରେ ସେ ଓଡ଼ିଶା ମାଟିକୁ ଏକରକମ ଦୋଷ ଠେଲି ଦେଇଛନ୍ତି।

ନିଜ ଭିଡ଼ିଓରେ ଅଶ୍ୱିନ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ କହିଛନ୍ତି, ‘ପ୍ରାୟତଃ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଅଷ୍ଟ୍ରେଲିଆ ଟସ୍ ଜିତିଲେ ବ୍ୟାଟିଂ କରିବାକୁ ପସନ୍ଦ କରିଥାଏ। ବିଶ୍ୱକପ୍ ଫାଇନାଲର ଟସ୍ ପଡ଼ିବା ସମୟରେ ମୁଁ ଈଶ୍ୱରଙ୍କୁ ଡାକୁଥୁଲି ଯେ ଅଷ୍ଟ୍ରେଲିଆ ବ୍ୟାଟିଂ କରୁ। କାରଣ ଅହମ୍ମଦାବାଦ୍ ପିଚ୍‌ର ମାଟି ଓଡ଼ିଶା ଭଳି। ଯେଉଁଠି ସାଧାରଣ ବଲ୍‌ ବାଉନ୍ସ ହୋଇ ଆଣ୍ଠୁ ଯାଏ ଆସେ ସେଠି ଓଡ଼ିଶା ମାଟିର ପିଚରେ ବଲ୍‌ ଆଣ୍ଠୁ ତଳକୁ ଅର୍ଥାତ୍ ଗୋଡ଼ର ପେଣ୍ଡା ଯାଏ ରହିଥାଏ। କେବଳ ଓଡ଼ିଶା ନୁହଁ ପୂର୍ବ ଭାରତର ମାଟିରେ ପିଚ୍ ତିଆରି ହେଲେ ପିଚ୍‌ର ଏ ସ୍ୱଭାବକୁ ଅନୁଭବ କରିହୁଏ। ଅଶ୍ୱିନ ଫାଇନାଲ୍ ମ୍ୟାଚର ପିଚ୍ ସମ୍ପର୍କରେ ବ୍ୟାଖ୍ୟା କରି କହିଛନ୍ତି, ‘କଳା ମାଟି ପିଚର ପ୍ରକୃତି ହେଲା ଅପରାହ୍ଣ ପର୍ୟ୍ୟନ୍ତ ଏହା ସ୍ପିନ୍‌କୁ ସୁହାଇବ ।

ପେସର୍ ମାନେ ସୁଇଂ ପାଇବେ ଏବଂ ସ୍ପିନର୍ ମାନେ ବଲ୍‌କୁ ଭଲଭାବେ ବୁଲାଇ ପାରିବେ। କିନ୍ତୁ ଯେତେବେଳେ ସନ୍ଧ୍ୟା ହେବ କଳା ମାଟି ପିଚ୍ ପଟ୍ଟା ୱିକେଟରେ ପରିବର୍ତ୍ତନ ହୋଇଯାଏ। ଅହମ୍ମଦାବାଦର ନରେନ୍ଦ୍ରମୋଦି ଷ୍ଟାଡିୟମ୍‌ରେ ଦୁଇ ପ୍ରକାର ପିଚ୍ ଯଥା-ନାଲି ମାଟି ଓ କଳା ମାଟି ନିର୍ମିତ ପିଚ୍ । ଫାଇନାଲ୍ ମ୍ୟାଚ୍ କଳା ମାଟି ପିଚରେ ଖେଳାଯାଇଥିଲା। ଯେଉଁଥରେ ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର ୨୪୦ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। କିନ୍ତୁ ଦ୍ଵିତୀୟ ଭାଗରେ ଅଷ୍ଟ୍ରେଲିଆ ଏକତରଫା ଭାବେ ବିନା କୌଣସି ଚାପରେ ମାତ୍ର ୪ ୱିକେଟରେ ହରାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା। ଭାରତୀୟ ବୋଲରଙ୍କ କୌଣସି ରଣନୀତି କାମ ଦେଇନଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ