Masthead

ପୁଅ ସହ ଭିଡିଓ କଲରେ କଥା ହେଲେ ଶାହାରୁଖ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ମିଳିଲାନି ଜାମିନ । ତେବେ ଆଜି ଶାହାରୁଖ ତାଙ୍କ ପୁଅ ସହ କଥା ହୋଇଛନ୍ତି । ଜେଲ ଭିତରୁ ଭିଡିଓ କଲ ମାଧ୍ୟମରେ ଆର୍ଯ୍ୟନଙ୍କ ସହ ଶାହାରୁଖ ଓ ତାଙ୍କ ପତ୍ନୀ ଗୌରୀ କଥା ହୋଇଥିବା ଜଣାପଡିଛି । ଆର୍ଯ୍ୟନ ଏବେ ଡ୍ରଗ୍ସ କେସ ମାମଲାରେ ମୁମ୍ବାଇର ଆର୍ଥର ରୋଡ ଜେଲରେ ଅଛନ୍ତି । ଆର୍ଯ୍ୟନ ଗତ ୧୨ ଦିନ ହେବ ଏହି ଜେଲରେ ଅଛନ୍ତି ।

ତେବେ ଗତକାଲିର ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ସେହି ଜେଲକୁ ନିଆ ଯାଇଛି । ଶାହାରୁଖ ଓ ତାଙ୍କ ପତ୍ନୀ ଗୌରୀ ଲଗାତାର ଜେଲ ଅଧିକାରୀଙ୍କ ଠାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝୁଛନ୍ତି । ଆଜିର ଖବର ଅନୁଯାୟୀ ଶାହାରୁଖ ଆର୍ଯ୍ୟନଙ୍କ ସହ ଭିଡିଓ କଲ ମାଧ୍ୟମରେ କଥାହୋଇଛନ୍ତି । ତେବେ ଜେଲରେ ଥିବା କଏଦୀ ମାନଙ୍କୁ ମୋବାଇଲ ଫୋନ ଯୋଗାଇ ଦିଆଯାଉଛି । ଯାହା ମାଧ୍ୟମରେ ଭିଡିଓ କଲ କରାଯାଇଥାଏ ।

ଗତକାଲି ଆର୍ଯ୍ୟନଙ୍କ ବେଲ ଖାରଜ ହେବା ପରେ ସେ ଆର୍ଥର ଜେଲରେ ତାଙ୍କୁ କଏଦୀ ନମ୍ବର ଦିଆଯାଇଛି । ଆର୍ଯ୍ୟନ ଏବେ କଏଦୀ ନମ୍ବର ୯୫୬ ରେ ପରିଚିତ । କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଏବେ କ୍ୱାରେଣ୍ଟାଇନରୁ ସାଧାରଣ ସେଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ ଆର୍ଯ୍ୟନ ଯେପର୍ଯ୍ୟନ୍ତ ଜେଲରେ ରହିବେ ତାଙ୍କୁ କଏଦୀ ୯୫୬ ଭାବରେ ଡକାଯିବ । ଜେଲର ନିୟମ ଅନୁଯାୟୀ କଏଦୀଙ୍କ ପରିବାର ଲୋକେ କଏଦୀଙ୍କୁ ମାସରେ ଥରେ ୪୫୦୦ ଟଙ୍କା ପଠାଇପାରିବେ । ଏହି ଟଙ୍କାରେ କଏଦୀମାନେ ନିଜ ମନପସନ୍ଦର ଖାଇବା ଜେଲ କ୍ୟାଣ୍ଟିନରୁ ଖାଇପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ