ପୁଅ ସହ ଭିଡିଓ କଲରେ କଥା ହେଲେ ଶାହାରୁଖ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ମିଳିଲାନି ଜାମିନ । ତେବେ ଆଜି ଶାହାରୁଖ ତାଙ୍କ ପୁଅ ସହ କଥା ହୋଇଛନ୍ତି । ଜେଲ ଭିତରୁ ଭିଡିଓ କଲ ମାଧ୍ୟମରେ ଆର୍ଯ୍ୟନଙ୍କ ସହ ଶାହାରୁଖ ଓ ତାଙ୍କ ପତ୍ନୀ ଗୌରୀ କଥା ହୋଇଥିବା ଜଣାପଡିଛି । ଆର୍ଯ୍ୟନ ଏବେ ଡ୍ରଗ୍ସ କେସ ମାମଲାରେ ମୁମ୍ବାଇର ଆର୍ଥର ରୋଡ ଜେଲରେ ଅଛନ୍ତି । ଆର୍ଯ୍ୟନ ଗତ ୧୨ ଦିନ ହେବ ଏହି ଜେଲରେ ଅଛନ୍ତି ।

ତେବେ ଗତକାଲିର ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ସେହି ଜେଲକୁ ନିଆ ଯାଇଛି । ଶାହାରୁଖ ଓ ତାଙ୍କ ପତ୍ନୀ ଗୌରୀ ଲଗାତାର ଜେଲ ଅଧିକାରୀଙ୍କ ଠାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝୁଛନ୍ତି । ଆଜିର ଖବର ଅନୁଯାୟୀ ଶାହାରୁଖ ଆର୍ଯ୍ୟନଙ୍କ ସହ ଭିଡିଓ କଲ ମାଧ୍ୟମରେ କଥାହୋଇଛନ୍ତି । ତେବେ ଜେଲରେ ଥିବା କଏଦୀ ମାନଙ୍କୁ ମୋବାଇଲ ଫୋନ ଯୋଗାଇ ଦିଆଯାଉଛି । ଯାହା ମାଧ୍ୟମରେ ଭିଡିଓ କଲ କରାଯାଇଥାଏ ।

ଗତକାଲି ଆର୍ଯ୍ୟନଙ୍କ ବେଲ ଖାରଜ ହେବା ପରେ ସେ ଆର୍ଥର ଜେଲରେ ତାଙ୍କୁ କଏଦୀ ନମ୍ବର ଦିଆଯାଇଛି । ଆର୍ଯ୍ୟନ ଏବେ କଏଦୀ ନମ୍ବର ୯୫୬ ରେ ପରିଚିତ । କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଏବେ କ୍ୱାରେଣ୍ଟାଇନରୁ ସାଧାରଣ ସେଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ ଆର୍ଯ୍ୟନ ଯେପର୍ଯ୍ୟନ୍ତ ଜେଲରେ ରହିବେ ତାଙ୍କୁ କଏଦୀ ୯୫୬ ଭାବରେ ଡକାଯିବ । ଜେଲର ନିୟମ ଅନୁଯାୟୀ କଏଦୀଙ୍କ ପରିବାର ଲୋକେ କଏଦୀଙ୍କୁ ମାସରେ ଥରେ ୪୫୦୦ ଟଙ୍କା ପଠାଇପାରିବେ । ଏହି ଟଙ୍କାରେ କଏଦୀମାନେ ନିଜ ମନପସନ୍ଦର ଖାଇବା ଜେଲ କ୍ୟାଣ୍ଟିନରୁ ଖାଇପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’