Masthead

ଏଣିକି ପାର୍ଲାମେଣ୍ଟରେ ନୋ ଥ୍ୟାଙ୍କସ୍, ଥ୍ୟାଙ୍କୟୁ, ଜୟହିନ୍ଦ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଗାମୀ ସପ୍ତାହରେ ସଂସଦର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ଆରମ୍ଭ ପୂର୍ବରୁ କେନ୍ଦ୍ର ସରକାର ଜାରି କରିଛନ୍ତି ନୂଆ ନିୟମ । ରାଜ୍ୟସଭାର ସଦସ୍ୟମାନଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି । ଗୃହରେ ‘ଥାଙ୍କ ୟୁ’, ‘ଥ୍ୟାଙ୍କସ’ ଓ ‘ଜୟ ହିନ୍ଦ’ ଆଦି ନାରା ଦେଇ ପାରିବେନି ସଦସ୍ୟ । ଖାଲି ସେତିକି ନୁହେଁ ବିଦେଶ ଯାତ୍ରା ପୂର୍ବରୁ ରାଜ୍ୟସଭାର ସଦସ୍ୟମାନେ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ନେବେ ।

ଡିସେମ୍ବର ୪ ରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟସଭାର ସଦସ୍ୟଙ୍କ ପାଇଁ କିଛି ନୀତି, ନିୟମ ଜାରି ଜାରି କରିଛନ୍ତି । ସଦନରେ ଉଠିଥିବା ବିଷୟକୁ ପୂର୍ବରୁ ପ୍ରଚାର କରିପାରିବେନି । ନୋଟିସ ମଞ୍ଜୁର ନହେବା ପର୍ଯ୍ୟନ୍ତ ସ୍ଥାୟୀ ସଦସ୍ୟଙ୍କୁ ମଧ୍ୟ ଏହା ନ କହିବାକୁ କୁହାଯାଇଛି । ସଂସଦ ଭବନର ମାନ ମର୍ଯ୍ୟଦା ରଖିବା ପାଇଁ ଧ୍ୟାନ ଦେବାକୁ ସାଂସଦମାନଙ୍କୁ କୁହାଯାଇଛି ।

ଏଥିସହିତ ଗୃହର କାର୍ୟ୍ୟ ଚାଲିଥିବା ସମୟରେ କୌଣସି ନାରାବାଜୀ ଓ ପ୍ଲାକାର୍ଡ ନ ଦେଖାଇବାକୁ ପରାମର୍ଶ ଦିଆଯାଇଛି । ଯେ ପର୍ୟ୍ୟନ୍ତ କୌଣସି ନୋଟିସକୁ ସ୍ୱୀକାର କରାଯାଇନାହିଁ, ସେ ପର୍ଯ୍ୟନ୍ତ ଏହାର ପ୍ରଚାର ନ କରିବାକୁ କୁହାଯାଇଛି । କୌଣସି ମିଡ଼ିଆ ବା ଅନ୍ୟ ସାଥୀ ସାଂସଦଙ୍କ ସହ ଏହି ନୋଟିସ ପ୍ରସଙ୍ଗରେ କୌଣସି ତଥ୍ୟ ସେୟାର ନ କରିବାକୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା