Masthead

ଏଣିକି ପାର୍ଲାମେଣ୍ଟରେ ନୋ ଥ୍ୟାଙ୍କସ୍, ଥ୍ୟାଙ୍କୟୁ, ଜୟହିନ୍ଦ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଗାମୀ ସପ୍ତାହରେ ସଂସଦର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ଆରମ୍ଭ ପୂର୍ବରୁ କେନ୍ଦ୍ର ସରକାର ଜାରି କରିଛନ୍ତି ନୂଆ ନିୟମ । ରାଜ୍ୟସଭାର ସଦସ୍ୟମାନଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି । ଗୃହରେ ‘ଥାଙ୍କ ୟୁ’, ‘ଥ୍ୟାଙ୍କସ’ ଓ ‘ଜୟ ହିନ୍ଦ’ ଆଦି ନାରା ଦେଇ ପାରିବେନି ସଦସ୍ୟ । ଖାଲି ସେତିକି ନୁହେଁ ବିଦେଶ ଯାତ୍ରା ପୂର୍ବରୁ ରାଜ୍ୟସଭାର ସଦସ୍ୟମାନେ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ନେବେ ।

ଡିସେମ୍ବର ୪ ରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟସଭାର ସଦସ୍ୟଙ୍କ ପାଇଁ କିଛି ନୀତି, ନିୟମ ଜାରି ଜାରି କରିଛନ୍ତି । ସଦନରେ ଉଠିଥିବା ବିଷୟକୁ ପୂର୍ବରୁ ପ୍ରଚାର କରିପାରିବେନି । ନୋଟିସ ମଞ୍ଜୁର ନହେବା ପର୍ଯ୍ୟନ୍ତ ସ୍ଥାୟୀ ସଦସ୍ୟଙ୍କୁ ମଧ୍ୟ ଏହା ନ କହିବାକୁ କୁହାଯାଇଛି । ସଂସଦ ଭବନର ମାନ ମର୍ଯ୍ୟଦା ରଖିବା ପାଇଁ ଧ୍ୟାନ ଦେବାକୁ ସାଂସଦମାନଙ୍କୁ କୁହାଯାଇଛି ।

ଏଥିସହିତ ଗୃହର କାର୍ୟ୍ୟ ଚାଲିଥିବା ସମୟରେ କୌଣସି ନାରାବାଜୀ ଓ ପ୍ଲାକାର୍ଡ ନ ଦେଖାଇବାକୁ ପରାମର୍ଶ ଦିଆଯାଇଛି । ଯେ ପର୍ୟ୍ୟନ୍ତ କୌଣସି ନୋଟିସକୁ ସ୍ୱୀକାର କରାଯାଇନାହିଁ, ସେ ପର୍ଯ୍ୟନ୍ତ ଏହାର ପ୍ରଚାର ନ କରିବାକୁ କୁହାଯାଇଛି । କୌଣସି ମିଡ଼ିଆ ବା ଅନ୍ୟ ସାଥୀ ସାଂସଦଙ୍କ ସହ ଏହି ନୋଟିସ ପ୍ରସଙ୍ଗରେ କୌଣସି ତଥ୍ୟ ସେୟାର ନ କରିବାକୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ